ଇଦ୍‌ରେ ‘ସିକନ୍ଦର’ର ବମ୍ପର ରୋଜଗାର, ଦ୍ୱିତୀୟ ଦିନରେ ସମୁଦାୟ କଲେକ୍ସନ କଲା ୫୦ କୋଟି

ସଲମାନ ଖାନଙ୍କ ‘ସିକନ୍ଦର’ର ରୋଜଗାର ଦ୍ୱିତୀୟ ଦିନରେ ଖୁବ ଅଧିକ ହୋଇଛି।

ନୂଆଦିଲ୍ଲୀ: ସଲମାନ ଖାନଙ୍କ ‘ସିକନ୍ଦର’ ୨୦୨୫ର ମୋଷ୍ଟ ଆୱେଟେଡ ଫିଲ୍ମ ଥିଲା। ୩୦ ମାର୍ଚ୍ଚରେ ଏହି ଫିଲ୍ମ ସିନେମା ହଲ ଗୁଡ଼ିକରେ ମୁକ୍ତିଲାଭ କରିଥିଲା। ଅନୁମାନ କରାଯାଉଥିଲା ଯେ, ଓପନିଙ୍ଗ ଡେ’ରେ ଏହି ଫିଲ୍ମ ଖୁବ କଲେକ୍ସନ କରିବ। କିନ୍ତୁ ଏପରି କିଛି ହୋଇ ନାହିଁ।

ଦ୍ୱିତୀୟ ଦିନରେ ଏତିକି ରୋଜଗାର କଲା ସିକନ୍ଦର: ସିକନ୍ଦରରେ ସଲମାନ କାନ ଏବଂ ରଶ୍ମିକା ମନ୍ଦାନାଙ୍କ ଜୋଡ଼ି ନଜର ଆସିଛି। ଏ ଆର ମୁରୁଗାଦାସଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଖୁବ ଆଶାର ସହ ସିନେମା ହଲରେ ରିଲିଜ ହୋଇଥିଲା।

ହେଲେ ଏହାର ଓପନିଙ୍ଗ ବମ୍ପର ହୋଇନାହିଂ। ମେକର୍ସଙ୍କୁ ଲାଗୁଥିଲା ଯେ, ଇଦ ଛୁଟିରେ ଏହି ଫିଲ୍ମ ଅଧିକ ରୋଜଗାର କରିବ। କିନ୍ତୁ ଏହା ସେତେ ପରିମାଣରେ କରିପାରି ନାହିଁ।

ରିପୋର୍ଟ ମୁତାବକ, ସିକନ୍ଦର ରିଲିଜର ପୂର୍ବ ଦିନ ୨୬.୦୦ କୋଟିର ରୋଜଗାର କରିଥିଲା।

ଅନ୍ୟ ଏକ ରିପୋର୍ଟ ମୁତାବବକ ସିକନ୍ଦର ଦ୍ୱିତୀୟ ଦିନରେ ୨୯ କୋଟି ରୋଜଗାର କରିଛି।

ଏଥିସହ ସିକନ୍ଦର ଦୁଇ ଦିନରେ ସମୁଦାୟ ୫୫ କୋଟି ଟଙ୍କା ରୋଜଗାର କରିଛି।