ସିକ୍କିମ ଦୁର୍ଘଟଣା: ଓଡ଼ିଶାର ବିଜେପି ନେତ୍ରୀ ଇତିଶ୍ରୀ ଜେନା ନିଖୋଜ !
ସିକ୍କିମ ଦୁର୍ଘଟଣାରେ ଓଡ଼ିଶାର ବିଜେପି ନେତ୍ରୀ ନିଖୋଜ । ଯାଜପୁର ରୋଡ଼ ଅଞ୍ଚଳର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଓ ତାଙ୍କର ପରିବାରର 11 ଜଣ ସିକ୍କିମ ଯାଇଥିଲେ ।
ଭୁବନେଶ୍ବର: ସିକ୍କିମରେ ବଡ଼ ଅଘଟଣ। ତିସ୍ତା ନଦୀକୁ ଖସିଲା ଟୁରିଷ୍ଟ କାର୍। ବୁଲିବା ପାଇଁ ଯାଇଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ପର୍ଯ୍ୟଟକ। ପ୍ରାୟ ହଜାରେ ଫୁଟ ତଳକୁ କାର୍ ଖସି ଯାଇ ନଦୀରେ ପଡିଥିଲା। ଏହି ଘଟଣାରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ନିଖୋଜ ଅଛନ୍ତି।
ନିଖୋଜମାନେ ପଶ୍ଚିମବଙ୍ଗ ଓ ଓଡ଼ିଶାର ହୋଇଥିବା ସୂଚନା ମିଳିଛି । ଓଡ଼ିଶାରୁ ସମୁଦାୟ 4 ଜଣ ନିଖୋଜ ଥିବା ଜଣା ପଡିଛି। ଯାଜପୁରର ବିଜେପି ନେତ୍ରୀ ଇତିଶ୍ରୀ ଜେନା ଦୁର୍ଘଟଣାରେ ନିଖୋଜ ଅଛନ୍ତି। ଇତିଶ୍ରୀ ଏହି ଟୁରିଷ୍ଟ ଦଳ ସହିତ ନିଜ ସ୍ବାମୀ ଓ 2 ଛୁଆଙ୍କୁ ନେଇ ଯାଇଥିଲେ ।
କାରରେ ମୋଟ 11 ଜଣ ସିକ୍କିମ ବୁଲିବାକୁ ଯାଇଥିଲେ। ଗ୍ୟାଙ୍ଗଟକରୁ ଫେରିବାବେଳେ ଗତକାଲି ରାତି ପ୍ରାୟ 9ଟାରେ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ପୋଲିସ ଓ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜଙ୍କ ମଧ୍ୟରେ ଯାଜପୁରର ଜଣେ ବ୍ୟକ୍ତି ଥିବା ସୂଚନା ମିଳିଛି । ଘଟଣା ନେଇ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁର୍ଘଟଣାଗ୍ରସ୍ତ ଯାତ୍ରୀଙ୍କୁ ଉଦ୍ଧାର ସହ ଚିକିତ୍ସା ସେବା ଯୋଗାଇଦେବାକୁ ଓଡ଼ିଶାରୁ ଏକ ସ୍ବତନ୍ତ୍ର ଟିମ୍ ସିକ୍କିମ ଯାଇ ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ତେବେ ଏହି ଘଟଣଆ ନେଇ ସୂଚନା ଦେଇଥିଲେ ଇତିଶ୍ରୀଙ୍କ ପୁତୁରା । 11 ଜଣ ସଦସ୍ୟ ଯାଜପୁର ରୋଡ଼ରୁ ପ୍ରଥମେ ଟ୍ରେନ ଯୋଗେ ଯାଇଥିଲେ । ଇତିଶ୍ରୀଙ୍କ ସହ ତାଙ୍କ ପୁଅ, 2 ମାମୁ ଓ ମାମୁ ପୁଅଙ୍କ ସହ ଅନ୍ୟ ସଦସ୍ୟ ଥିଲେ । ମାମୁ ପୁଅଙ୍କ ସହ ମାଉସୀ ଇତିଶ୍ରୀଙ୍କ ପୁଅ ଉଦ୍ଧାର ସୂଚନା ମିଳିଛି ।