fbpx

ବଡ଼ ଖବର: BDOଙ୍କ ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାଜ୍ୟର ଜଣେ ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀଙ୍କ ମୃତଦେହ ଠାବ ହୋଇଛି । ଜଣେ ବିଡିଓଙ୍କ ମୃତ୍ୟୁକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ବିଡିଓ ବିଶ୍ୱରଞ୍ଜନ ମହାନ୍ତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି । ବିଶ୍ୱରଞ୍ଜନଙ୍କ ମୃତ୍ୟୁର କାରଣ ଏବେ ଅସ୍ପଷ୍ଟ ରହିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ସିମୁଳିଆ ବିଡିଓ ବିଶ୍ୱରଞ୍ଜନଙ୍କ ମୃତଦେହ ତାଙ୍କର ସରକାରୀ ବାସଭବନରୁ ଉଦ୍ଧାର କରଯାଇଛି । ଦିନ ୧୦ଟା ସମୟରେ ସେ ଅଫିସରେ କିଛି ସମୟ କାର୍ଯ୍ୟ କରି ପରେ ସରକାରୀ ବାସଭବନକୁ ଚାଲିଯାଇଥିଲେ । ମାତ୍ର ପରେ ସେଠାରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ଭିଡିଓ କନଫରେନ୍ସିରେ ଯୋଗଦେବାକୁ ବିଡିଓଙ୍କୁ ଖୋଜା ପଡ଼ିଥିଲା ।

ତେବେ ଆଜି ଅଫିସରେ ବିଶ୍ୱରଞ୍ଜନ କିଛି କାଗଜପତ୍ର ଖୋଜୁଥିଲେ ଓ ତାହା ନ ମିଳିବାରୁ ସେ ବ୍ୟସ୍ତ ଥିବା କିଛି କର୍ମଚାରୀ କହିଛନ୍ତି । ଏଥିସହିତ ବିଶ୍ୱରଞ୍ଜନ କିଛି ନଖାଇ ଅଫିସ ଯାଇଥିବାରୁ ପରେ ସେ କ୍ୱାର୍ଟର୍ସକୁ ଫେରିଯାଇଥିବା କର୍ମଚାରୀମାନେ କହିଛନ୍ତି । ପରବର୍ତ୍ତୀ ସମୟରେ ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ମିଳିବା ଘଟଣାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି । ଏହି ମୃତ୍ୟୁ ନେଇ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ଯାଞ୍ଚ ଆରମ୍ଭ କରିଛି । ୫-୬ ମାସ ପୂର୍ବରୁ ବିଶ୍ୱରଞ୍ଜନ ସିମୁଳିଆର ବିଡିଓ ଦାୟିତ୍ୱ ଗ୍ରହଣ କରିଥିଲେ । ନୂଆ ନିଯୁକ୍ତିର ମାତ୍ର କିଛି ମାସ ପରେ ଏଭଳି ଏକ ବଡ଼ ଘଟଣା ଘଟିଥିବାରୁ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.