fbpx
BJD SKY
BJD SKY

ମୋଦୀଙ୍କ ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ; ୭୫ହଜାର ଯୁବ ମାନଙ୍କୁ ମିଳିବ ନିଯୁକ୍ତି

BJD

ମୁମ୍ବାଇ: ମୋଦୀଙ୍କ ପଥରେ ସିନ୍ଦେ । ପ୍ରଧାନମନ୍ତ୍ରୀ ରୋଜଗାର ମେଳାର ନିଷ୍ପତ୍ତି ଶୁଣାଇବା ପରେ ଏବେ ସିନ୍ଦେ ମଧ୍ୟ ଏହାର ଡାକରା ଦେଇ ଦେଇଛନ୍ତି । ମହାରାଷ୍ଟ୍ର ସରକାର ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ଯୁବ ମାନଙ୍କ ପାଇଁ ୭୫ ହଜାର ସରକାରୀ ଚାକିରୀ ଯୋଗାଇ ଦେବାର ସୂଚନା ଦେଇଛନ୍ତି । ତେବେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡାନାଭିସ ସୂଚନା ଦେଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ନେତୃତ୍ୱରେ ଆଗାମୀ ଏକ ବର୍ଷ ମଧ୍ୟରେ ମୁମ୍ବାଇର ୭୫ ହଜାର ଯୁବ ମାନଙ୍କୁ ରୋଜଗାର ଯୋଗାଇ ଦିଆଯିବ ।

ଆସନ୍ତା ଏକ ବର୍ଷ ମଧ୍ୟରେ ରାଜ୍ୟର ଯୁବକମାନଙ୍କୁ ୭୫,୦୦୦ ସରକାରୀ ଚାକିରି ଯୋଗାଇଦେବାକୁ ମହାରାଷ୍ଟ୍ର ସରକାର ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶନିବାର କହିଛନ୍ତି ଯେ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସରକାର ଗୋଟିଏ ବର୍ଷରେ ୭୫,୦୦୦ ସରକାରୀ ଚାକିରୀ ଯୋଗାଇ ଦେବେ। ଏହା ସହିତ ଯୁବକମାନଙ୍କୁ ୧୦ ଲକ୍ଷ ଚାକିରି ଯୋଗାଇବା ପାଇଁ ଫଡନାଭିସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରିଛନ୍ତି।ଦେବେନ୍ଦ୍ର ଫଡନାଭିସ୍ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ପଦକ୍ଷେପ ସହିତ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଆମ ସରକାର ମଧ୍ୟ ଚାକିରି ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ୭୫,୦୦୦ ଚାକିରି ମଧ୍ୟରୁ ୧୮,୦୦୦ ପଦବୀ ପୋଲିସ ବିଭାଗରେ ରହିବ। ଏଥିପାଇଁ ବିଜ୍ଞାପନ ଆସନ୍ତା ୫ ରୁ ୭ ଦିନ ମଧ୍ୟରେ ପ୍ରକାଶ ପାଇବ ।

ଅନ୍ୟପକ୍ଷରେ ମୋଦୀ ଶନିବାର ୭୫,୦୦୦ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଯୁବକମାନଙ୍କ ପାଇଁ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କେନ୍ଦ୍ର ବିଭିନ୍ନ ଦିଗରେ କାର୍ଯ୍ୟ କରୁଛି।

Get real time updates directly on you device, subscribe now.