fbpx

କ୍ୱାର୍ଟରରେ ସିନ୍ଧୁଙ୍କ ଜବରଦସ୍ତ କମବ୍ୟାକ: ଚୀନକୁ ମାତ ଦେଇ ସେମିଫାଇନାଲରେ ମାରିଲେ ଏଣ୍ଟ୍ରି

ସିଙ୍ଗାପୁର: ସିଙ୍ଗାପୁର ଓପନର ସେମି ଫାଇନାଲର ସେମି ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ଚୀନକୁ ହରାଇ ସେ ଏହି ସଫଳତା ହାସଲ କରିଛନ୍ତି । ପ୍ରଥମ ଗେମରେ ହାରିବା ପରେ ମଧ୍ୟ ଦମଦାର କମବ୍ୟାକ ସହ ଏହି ମ୍ୟାଚକୁ ନିଜ ନାମରେ କରିଛନ୍ତି ସିନ୍ଧୁ । ଚୀନ ପ୍ରତିଦ୍ୱନ୍ଦୀ ହାନ ୟୀ’ଙ୍କୁ ହରାଇ ଟପ-୪ରେ ସିନ୍ଧୁ ନିଜ ସ୍ଥାନ ପକ୍କା କରିଛନ୍ତି ।

PV Sindhu enters semis in Singapore Open 2022, her first since May

ପ୍ରଥମ ମ୍ୟାଚରେ ସିନ୍ଧୁଙ୍କ ସଂଘର୍ଷ ପରେ ମଧ୍ୟ ୨୧-୧୭ରେ ହାନ ବିଜୟ ଲାଭ କରିଥିଲେ । କିନ୍ତୁ ଏହାପରେ ଧମାକାଦାର କମବ୍ୟାକ କରିଥିଲେ ସିନ୍ଧୁ । ଶେଷ ଦୁଇଟି ଗେମରେ ୨୧-୧୧ ଏବଂ ୨୧-୧୯ରେ ଜିତି ମ୍ୟାଚରେ ମଧ୍ୟ ନିଜ ଦବଦବା ଜାହିର କରିଛନ୍ତି । କ୍ୱାର୍ଟର ଫାଇନାଲର ଏହି ମ୍ୟାଚ ଜିତିବା ସହ ସେମିଫାଇନାଲ ପାଇଁ ମଧ୍ୟ ଟିକେଟ ହାସଲ କରି ନେଇଛନ୍ତି ।

ପ୍ରଥମ ଗେମରେ ଉଭୟ ଖେଳାଳି ପ୍ରୟାତଃ ସମାନ ଭାବରେ ଚାଲିଥିଲେ । ୧୪-୧୪ ଏବଂ ୧୬-୧୬ ପର୍ଯ୍ୟନ୍ତ ସିନ୍ଧୁ ଏବଂ ହାନଙ୍କ ଯୁଦ୍ଧ ବରାବର ଲାଗି ରହିଥିଲା । କିନ୍ତୁ ଏହାପରେ ସୁନ୍ଦର ଖେଳର ପ୍ରଦର୍ଶନ କରି ହାନ ଏହି ମ୍ୟାଚକୁ ୨୧-୧୭ରେ ହାତେଇ ନେଇଥିଲେ । ତେବେ ଏହାର ଜବାବରେ ଦ୍ୱିତୀୟ ଗେମ ଆରମ୍ଭରୁ ହିଁ ନିଜ ଦବଦବା କାୟମ ରଖିଥିଲେ ସିନ୍ଧୁ । ୧୧-୯ ପରେ ଶେଷରେ ଏହି ମ୍ୟାଚକୁ ୨୧-୧୧ରେ ଜିତିଥିଲେ ସିନ୍ଧୁ । ତେବେ ତୃତୀୟ ଗେମରେ ଉଭୟ ଖେଳାଳିଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ଦେକିବାକୁ ମିଳିଥିଲା ।

ଫାଇନାଲ ଗେମରେ ଦମଦାର ଟକ୍କର ମଧ୍ୟରେ ଶେଷରେ ବାଜି ଜିତି ନେଇଛନ୍ତି ସିନ୍ଧୁ । ଗେମ ଶେଷ ସୁଦ୍ଧା ୨୧-୧୯ ରେ ରହି ଏହି ଗେମ ସହ ମ୍ୟାଚରେ ସିନ୍ଧୁ ବିଜୟ ମୁକୁଟ ପିନ୍ଧିଛନ୍ତି । ଚୀନର ହାନ ୟୀଙ୍କୁ ପରାସ୍ତ କରିବା ପରେ ସେମି ଫାଇନାଲକୁ ମଧ୍ୟ ଟିକେଟ ହାସଲ ହୋଇଛି । ଏହାସହିତ ଟପ-୪ରେ ନିଜ ଜାଗା ପକ୍କା କରିଛନ୍ତି ପିଭି ସିନ୍ଧୁ ।

Get real time updates directly on you device, subscribe now.