fbpx
BJD SKY
BJD SKY

‘ଗାନ୍ଧୀ ହେଉଛନ୍ତି ହିନ୍ଦୁଙ୍କ ହତ୍ୟାକାରୀ, ଇଂରେଜଙ୍କ ଦଲାଲ’, ଜାତିର ପିତାଙ୍କ ପ୍ରତି ଅପଶବ୍ଦ କହିଲେ ନରସିଂହାନନ୍ଦ

BJD

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ହେଉଛନ୍ତି  ହିନ୍ଦୁଙ୍କ ହତ୍ୟାକାରୀ। ଇଂରେଜଙ୍କ ଦଲାଲ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ଏମିତି ଆପତ୍ତିଜନକ ଟିପ୍ପଣୀ କରିଛନ୍ତି ଶ୍ରୀ ପଞ୍ଚଦଶନାମ ଜୁନା ଅଖାଡାର ମହାମଣ୍ଡଳେଶ୍ଵର ୟତି ନରସିଂହାନନ୍ଦ। ସେ ଗାନ୍ଧୀଜୀଙ୍କୁ ହିନ୍ଦୁଙ୍କ ହତ୍ୟାକାରୀ ବୋଲି କହିଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ଗାଜିଆବାଦର ମସୂରୀ ଥାନାରେ ପୋଲିସ ୟତିଙ୍କ ବିରୋଧରେ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରି ଦେଇଛି। ୟତି ନରସିଂହାନନ୍ଦ ପୂର୍ବରୁ ମଧ୍ୟ ନିଜର ଉତ୍ତେଜକ ଏବଂ ଆପତ୍ତିଜନକ ବୟାନବାଜୀକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ଜେଲ୍ ମଧ୍ୟ ଯାଇଥିଲେ।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓ ବିଷୟରେ ଖୋଳତାଡ କରି ପୋଲିସ ୟତି ନରସିଂହାନନ୍ଦଙ୍କ ବିରୋଧରେ ଧାର୍ମିକ ଭାବାବେଗକୁ ଉସୁକାଇବା କରିବା କେସ୍ ରୁଜୁ କରିଛି। ମସୂରୀ ପୋଲିସ ଅନୁଯାୟୀ, ଟୁଇଟରରେ ଦୁଇ ମିନିଟ୍ ୨୦ ସେକେଣ୍ଡର ଭିଡିଓ ଅପଲୋଡ୍ କରାଯାଇଛି। ଏଥିରେ ଡାସନା ଦେବୀ ମନ୍ଦିର ତଥା ଶ୍ରୀ ପଞ୍ଚଦଶନାମ ଜୁନା ଅଖାଡାର ମହାମଣ୍ଡଳେଶ୍ଵର ୟତି ନରସିଂହାନନ୍ଦ ଗିରି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅତି ଆଶାଳୀଣ ଶବ୍ଦ ପ୍ରୟୋଗ କରିଥିଲେ।

ଭିଡିଓରେ ସେ କଟୁକର ବୟାନ ଦେଇ ମହାତ୍ମା ଗାନ୍ଧୀ ହଜାର ହଜାର ହିନ୍ଦୁଙ୍କ ହତ୍ୟାକାରୀ ବୋଲି କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ସେ ପୂରା ଭାରତରେ ଅଭିଯାନ ଆରମ୍ଭ କରିବାକୁ ଯାଉଛନ୍ତି। ମହାତ୍ମା ଗାନ୍ଧୀଙ୍କ କାରଣରୁ ଶତାଧିକ କୋଟି ହିନ୍ଦୁଙ୍କ ନିକଟରେ ଆଜି ଏକ ଇଞ୍ଜ ଜମି ମଧ୍ୟ ନାହିଁ ଏବଂ ତାଙ୍କ କାରଣରୁ ଆଜି ମଧ୍ୟ ଆମର ସନ୍ଥ, ମହାତ୍ମା ଜେଲରେ ସଢୁଛନ୍ତି।

ମସୂରୀ ଥାନାର ସବ ଇନ୍ସପେକ୍ଟର ଡ. ରାମସେବକ କହିଛନ୍ତି, ଆପତ୍ତିଜନକ ଟିପ୍ପଣୀରେ ମହାତ୍ମା ଗାନ୍ଧୀଙ୍କ ଚରିତ୍ର ଉପରେ ପ୍ରଶ୍ନ କରାଯାଇଛି। ଗାନ୍ଧୀଙ୍କୁ ଇଂରେଜ ଏବଂ ଅନ୍ୟ ସମୁଦାୟର ଦଲାଲ ବୋଲି କହିଛନ୍ତି। ୟତି ନରସିଂହାନନ୍ଦ ଗିରିଙ୍କ ଏହି ବୟାନରେ ସମାଜ ପ୍ରତି ଶାନ୍ତି ଏବଂ ଆଇନ ବ୍ୟବସ୍ଥା ଭଙ୍ଗ ହେବାର ସମ୍ଭାବନା ରହିଛି ବୋଲି ଏସଆଇ କହିଛନ୍ତି।

Get real time updates directly on you device, subscribe now.