fbpx

ଭାରତୀୟ UPI ସହିତ ଲିଙ୍କ୍ ହେଲା ସିଙ୍ଗାପୁର PayNow, ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ମୋଦୀ

Advertisement

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଙ୍ଗାପୁର ପିମେ ଲି.ସିୟନ ଲୁଙ୍ଗ ଭାରତର ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ ଏବଂ ସିଙ୍ଗାପୁରର ପେ ନାଓ ମଧ୍ୟରେ କ୍ରସବର୍ଡର କନେକ୍ଟିଭିଟିକୁ ଲଂଚ କରିଛନ୍ତି । ଦୁଇ ଦେଶର ପ୍ରଧାନମନ୍ତ୍ରୀ ଭିଡିଓ କନଫ୍ରେସିଙ୍ଗ ଜରିଆରେ ଏହାକୁ ଲଞ୍ଚ କରିଛନ୍ତି । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ୟୁପିଆଇ ଭାରତରେ ସବୁଠାରୁ ଲୋକପ୍ରିୟ ଦେୟ ପଦ୍ଧତିରେ ପରିଣତ ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତୀୟ ୟୁପିଆଇ ଏବଂ ସିଙ୍ଗାପୁର ପେ ନାଓ ମଧ୍ୟରେ ସଂଯୋଗ, ଭାରତ-ସିଙ୍ଗାପୁର ସହ ସମ୍ବନ୍ଧ ପାଇଁ ଏକ ନୂଆ ମାଇଲ ଖୁଣ୍ଟ । ଏହି ସର୍ଭିସ କୁ ଲଂଚ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ୟୁପିଆଇ-ପେ-ନାଓ ଲିଂକେଜ ଦୁଇ ଦେଶର ନାଗରିକଙ୍କ ପାଇଁ ଏକ ଉପହାର ।

ଯାହାକୁ ନେଇ ସେମାନେ ବହୁଦିନ ଧରି ଅପେକ୍ଷା କରିଥିଲେ । ମୁଁ ସେଥିପାଇଁ ଭାରତ ଏବଂ ସିଙ୍ଗାପୁର ଦୁଇ ଦେଶକୁ ଅଭିନନ୍ଦନ ଜଣାଉଛି ।
ଅନେକ ବିଶେଷଜ୍ଞଙ୍କ ମତରେ ଏହି ଡିଜିଟାଲ ୱାଲେଟରେ କରାଯାଉଥିବା କାରବାର ଖୁବଶୀଘ୍ର ନଗଦ କାରବାରକୁ ଅତିକ୍ରମ କରି ଶୀର୍ଷରେ ପହଁଚିଯିବ ।

Get real time updates directly on you device, subscribe now.