fbpx

ଅଲବିଦା KK : ଆଜି ହେବ କେକେଙ୍କ ଅନ୍ତିମ ସଂସ୍କାର, ସାମିଲ ହେବେ କଳାକାର

ନୂଆଦିଲ୍ଲୀ: ବଲିଉଡ ଇଣ୍ଡଷ୍ଟ୍ରୀକୁ ଅନେକ ଲୋକପ୍ରିୟ ସଙ୍ଗୀତ ଭେଟି ଦେଇଥିବା ପ୍ରସିଦ୍ଧ ଗାୟକ କୃଷ୍ଣ କୁମାର କୁନ୍ନଥ କେକେଙ୍କ ପରଲୋକ ହୋଇଛି । ତାଙ୍କ ପରଲୋକରେ ବଲିଉଡରେ ଛାଇଯାଇଛି ଶୋକର ଛାୟା । ତେବେ ଆଜି କେକେଙ୍କ ଅନ୍ତିମ ସଂସ୍କାର ହେବ । ବୁଧବାର ବିଳମ୍ବିତ ରାତିରେ କେକେଙ୍କ ପତ୍ନୀ ଏବଂ ଦୁଇ ପିଲା କୋଲକାତାରୁ ତାଙ୍କ ପାର୍ଥିବ ଶରୀର ନେଇ ମୁମ୍ବାଇ ପହଞ୍ଚିଥିଲେ । ଆଉ ଏହି ସମୟରେ ତାଙ୍କର ଟିକେ ଝଲକ ଦେଖିବାକୁ ତାଙ୍କ ଫ୍ୟାନ୍ସଙ୍କ ଭିଡ଼ ତାଙ୍କ ଆପାର୍ଟମେଣ୍ଟ ବାହାରେ ଦେଖିବାକୁ ମିଳିଥିଲା । କେକେଙ୍କ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତି ସରିଛି ।

ସୂଚନା ଅନୂଯାୟୀ, ଗାୟଙ୍କ କେକେଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ସକାଳ ସାଢ଼େ ୧୦ ଟାରୁ ସାଢ଼େ ୧୨ ଟା ପର୍ଯ୍ୟନ୍ତ ତାଙ୍କ ଘରେ ରଖାଯିବ ଯେଉଁଠାରେ ତାଙ୍କର ଫ୍ୟାନ୍ସ ତାଙ୍କୁ ଶେଷ ଦର୍ଶନ କରିବେ । ଦିନ ୧ଟା ବେଳେ ବର୍ସୋବା ହିନ୍ଦୁ ଶ୍ମସାନରେ ତାଙ୍କ ଅନ୍ତିମ ସଂସ୍କାର ହେବ ।

କେକେଙ୍କ ପାର୍ଥିବ ଶରୀର ବୁଧବାର କୋଲକାତାରେ ପୋଷ୍ଟମର୍ଟମ ହୋଇଥିଲା । ଡାକ୍ତରଙ୍କ ଅନୂଯାୟୀ କେକେଙ୍କ ମୃତ୍ୟୁ ହାର୍ଟ ଆଟାକ ଯୋଗୁଁ ହୋଇଥିଲା । ମିଡିଆ ରିପୋର୍ଟ ଅନୂଯାୟୀ କେଙ୍କେ ଫୁସଫୁସ ଏବଂ ଯକୃତରେ ସମସ୍ୟା ଥିଲା ।

ସେପଟେ ଗନ ସାଲ୍ୟୁଟ ପରେ ପଶ୍ଚିମବଙ୍ଗ ପୋଲିସ କେକେଙ୍କୁ ଅନ୍ତିମ ବିଦାୟ ଦେଇଥିଲେ । ଏହାପରେ ତାଙ୍କର ପାର୍ଥିବ ଶରୀରକୁ ଏୟାର ଇଣ୍ଡିଆ ବିମାନ ଯୋଗେ କୋଲକାତାରୁ ମୁମ୍ବାଇ ଅଣାଯାଇଥିଲା । କୋଲକାତା ପୋଲିସ ଅପ୍ରାକୃତିକ ମୃତ୍ୟୁ ମାମଲା ରୁଜୁ କରି କେକେଙ୍କ ମୃତ୍ୟୁ ଉପରେ ଉଠୁଥିବା ପ୍ରଶ୍ନର ଜବାବ ଖୋଜିବାରେ ଲାଗିଛି ।

ସୂଚନାଯୋଗ୍ୟ, ଗାୟକ କେକେ ମଙ୍ଗଳବାର ରାତିରେ କୋଲକାତାର ନଜରୁଲ ଅଡିଟୋରିୟମରେ ଏକ କନସର୍ଟରେ ଗୀତ ଗାଉଥିବା ବେେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ଯାହାପାରେ ସେ ହୋଟେଲ ଫେରିଯାଇଥିଲେ, ହୋଟେଲ ପହଞ୍ଚିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ହସ୍ପିଟାଲ ନିଆଯିବା ବେଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

Get real time updates directly on you device, subscribe now.