fbpx
BJD SKY
BJD SKY

ଆମେରିକା: ମେଡିକାଲ ପରିସରରେ ଗୁଳିକାଣ୍ଡ, ଦୁର୍ବୃତ୍ତ ସମେତ ୫ ମୃତ

BJD

ୱାଶିଂଟନ୍: ଆମେରିକାରେ ଗୁଳିକାଣ୍ଡର ଘଟଣା ବନ୍ଦ ହେବାର ନାଁ ନେଉନାହିଁ । ପ୍ରତିଦିନ ଖୋଲା ଗୁଳି ବିନିମୟ ଘଟଣା ସାମ୍ନାକୁ ଆସୁଛି । ଏହାରି ମଧ୍ୟରେ ଆମେରିକାର ଏକ ହସ୍ପିଟାଲ ପରିସରରେ ଗୁଳିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଗୁଳିକାଣ୍ଡରେ ଦୁର୍ବୃତ୍ତ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ, ତୁଳସା ସିଟି ଫ୍ରାନ୍ସିସ୍ ହସ୍ପିଟାଲରେ ଜଣେ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ଼ କରିଥିଲା । ଦୁର୍ବୃତ୍ତର ଗୁଳିମାଡ଼ରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସର ପାଲଟା ଗୁଳିରେ ଦୁର୍ବୃତ୍ତ ନିହତ ହୋଇଛି । ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ରିପୋର୍ଟ ଅନୁସାରେ, ଅଧିକାରୀମାନେ ଏବେ ଫ୍ରାନ୍ସିସ୍ ମେଡିକାଲ ପରିସରକୁ ଖାଲି କରିବାକୁ କାମ କରୁଛନ୍ତି ।

Get real time updates directly on you device, subscribe now.