ଓଡ଼ିଶା ଭାସ୍କର: ଏଥର ଦିୱାଲୀରେ ସିନେମା ହଲରେ ଚାଲିଛି ମହାଯୁଦ୍ଧ । ମୁହାଁମୁହିଁ ହୋଇଛନ୍ତି ବଲିଉଡର ୨ ମେଗା ଷ୍ଟାର ଅଜୟ ଦେବଗନ ଏବଂ କାର୍ତ୍ତିକ ଆର୍ୟନ୍ । ଅଜୟଙ୍କ ‘ସିଙ୍ଘମ ଏଗେନ’ ଏବଂ କାର୍ତ୍ତିକଙ୍କ ‘ଭୁଲ ଭୁଲେୟା-୩’ ମଧ୍ୟରେ ଦେଖାଦେଇଛି କଡ଼ା ଟକ୍କର । ଏହି ଦିୱାଲୀ କ୍ଲାସ୍ ରେ ଉଭୟ ଫିଲ୍ମ ଦମଦାର କଲେକ୍ସନ କରୁଥିବା ବେଳେ କାର୍ତ୍ତିକଙ୍କୁ ପଛରେ ପକାଇ ଖୁବ ଆଗକୁ ଚାଲି ଯାଇଛନ୍ତି ଅଜୟ ଦେବଗନ । ରିଲିଜର ପ୍ରଥମ ଦିନରେ ଆକ୍ସନ-ଡ୍ରାମା ମୋଭି ‘ସିଙ୍ଘମ ଏଗେନ’ ୪୩.୭୦ କୋଟି ଇନକମ୍ କରିଥିବା ବେଳେ ହରର୍ କମେଡି ସିନେମା ‘ଭୁଲ ଭୁଲେୟା-୩’ ୩୬.୬୦ କୋଟି ଆୟ କରିଛି । ତେବେ ଦ୍ୱିତୀୟ ଦିନରେ ଏହାର ଇନକମ୍ ବଢିଥିବା ବେଳେ ସିଙ୍ଘମ ଏଗେନ କମ୍ ଇନକମ୍ କରିଥିବା ଦେଖାଯାଇଛି ।
ଶନିବାର ଭାରତୀୟ ବକ୍ସ ଅଫିସରେ ଭୁଲ ଭୁଲେୟା-୩୭ କୋଟି ଟଙ୍କାର ଇନକମ୍ କରିଥିବା ବେଳେ ସିଙ୍ଘମ ଏଗେନର ଇନକମ୍ ୨.୩୦% କମ୍ ହୋଇ ୪୨.୫୦ କୋଟିରେ ପହଞ୍ଚିଛି । ତୃତୀୟ ଦିନରେ ମଧ୍ୟ ମାତ୍ର ୩୫ କୋଟି ଇନକମ୍ କରି ମୋଟ ୱିକେଣ୍ଡ କଲେକ୍ସନ ୧୨୧ କୋଟିରେ ପହଞ୍ଚିଛି ସିଙ୍ଘମ ଏଗେନ । ଅନ୍ୟ ପକ୍ଷରେ ଭୁଲ ଭୁଲେୟା-୩ ତୃତୀୟ ଦିନରେ ୩୩.୫୦ କୋଟି ସହ ମୋଟ ୧୦୬ କୋଟିର ଇନକମ୍ କରିସାରିଛି ।
ତେବେ ମେଗା ଷ୍ଟାର ଅଜୟ ଦେବଗନଙ୍କ ମଲ୍ଟି ଷ୍ଟାରର ଫିଲ୍ମ ସିଙ୍ଘମ ଏଗେନ ଏବେ ବଲିଉଡ ଭାଇଜାନ ସଲମାନ ଖାନଙ୍କ ଅନେକ ଫିଲ୍ମର ରେକର୍ଡକୁ ପଛରେ ପକାଇବାରେ ସଫଳ ହୋଇଛି । ଦମଦାର ଇନକମ୍ ତାଲିକାରେ ଭୁଲ ଭୁଲେୟା-୩ ଟପ୍-୨୦ରେ ସ୍ଥାନ ପାଇବାରେ ଫେଲ ହୋଇଥିବା ବେଳେ ସିଙ୍ଘମ ଏଗେନ ବହୁ କଷ୍ଟରେ ‘କପ୍ ୟୁନିଭର୍ସର ଆଉ ଏକ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରେକର୍ଡ ବ୍ରେକ କରିଛି । ଏହାବ୍ୟତୀତ ଅଜୟ ଏହି ଫିଲ୍ମ ସହ ୱିକେଣ୍ଡ କଲେକ୍ସନ ତାଲିକାରେ ତାନାଜୀ(୧୧୮.୯୧ କୋଟି), ରଇସ(୧୧୮.୩୬ କୋଟି) ଏବଂ ସାହୋ(୧୧୬.୦୩ କୋଟି) ରେକର୍ଡକୁ ପଛରେ ପକାଇଛି । ଏହାସହିତ ସଲମାନ-କରୀନାଙ୍କ ସୁପରହିଟ ସିନେମା ବଡିଗାର୍ଡ(୧୧୫ କୋଟି) ଏବଂ ଭାଇଜାନଙ୍କ ଟ୍ୟୁବଲାଇଟ(୧୦୬.୮୬ କୋଟି)କୁ ମଧ୍ୟ ଖୁବ ପଛରେ ପକାଇଛି ସିଙ୍ଘମ ଏଗେନ ।