fbpx

ଆସନ୍ତା ଜୁଲାଇ ପହିଲାରୁ ଦେଶରେ ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍: ସମସ୍ୟା ଘେରରେ ଶିଳ୍ପ ସଂସ୍ଥା, ରୋଜଗାର ହରାଇବେ କୋଟି କୋଟି ଲୋକ

Advertisement

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ମାସ ପହିଲାରୁ ଦେଶରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ କଟକଣା ଲାଗୁ ହେବାକୁ ଯାଉଛି । ତେବେ ପ୍ଲାଷ୍ଟିକ୍ ବ୍ୟାନ ପରିବେଶ ସୁରକ୍ଷା ଦୃଷ୍ଟିରୁ ଏକ ସଠିକ୍ ପଦକ୍ଷେପ ହେଲେ ମଧ୍ୟ ଏହାର କୁପ୍ରଭାବରେ ଜନସାଧାରଣ ବହୁଳ ଭାବେ ପ୍ରଭାବିତ ହେବେ । ତେବେ ଏନେଇ କନଫେଡେରେସନ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ପକ୍ଷରୁ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ।

ସିଏଆଇଟି ପକ୍ଷରୁ କୁହାଯାଇଛି ଯେ, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ବ୍ୟାନ ଏକ ବ୍ୟାବହାରିକ ପଦକ୍ଷେପ ଓ ଏହା ପରିବେଶ ପାଇଁ ବହୁତ ଜରୁରୀ ଅଟେ । ମାତ୍ର ଏପରି ସ୍ଥଳେ ପ୍ଲାଷ୍ଟିକର ବିକଳ୍ପ ବ୍ୟବସ୍ଥା ଦେଶରେ ନଥିବାରୁ ଏହା ଉଦ୍ୟୋଗ ଓ ବ୍ୟବସାୟ ଉପରେ ବିପରୀତ ପ୍ରଭାବ ପକାଇପାରେ । ଦେଶର ହଜାର ହଜାର ଶିଳ୍ପ ସଂସ୍ଥାମାନଙ୍କରେ ପ୍ଲାଷ୍ଟିକର ବହୁଳ ବ୍ୟବହାର କରାଯାଉଛି । ଏହାଫଳରେ କୋଟି କୋଟି ଲୋକ ରୋଜଗାରକ୍ଷମ ହୋଇଛନ୍ତି । ମାତ୍ର ପ୍ଲାଷ୍ଟିକ୍ ହଠାତ୍ ବ୍ୟାନ ହୋଇଗଲେ ଏପରି ଶିଳ୍ପ ସଂସ୍ଥା ଓ ସେଥିରେ କାର୍ଯ୍ୟରତ କର୍ମଚାରୀମାନେ ବେରୋଜଗାର ହୋଇଯିବେ ।

ତେଣୁ ଏପରି ସ୍ଥିତିରେ ସରକାର କିଛି ବିକଳ୍ପ ବ୍ୟବସ୍ଥାର ସନ୍ଧାନ କରିବା ଆବଶ୍ୟକ । ଜନସାଧାରଣଙ୍କ ଦୈନନ୍ଦିନ ଜୀବନର ରୋଜଗାର ଉପରେ ଯେପରି ଏହାର ପ୍ରଭାବ ନପଡ଼େ, ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ । ଦେଶର ୯୮ ପ୍ରତିଶତ ବହୁରାଷ୍ଟ୍ରୀୟ କମ୍ପାନୀ, କର୍ପୋରେଟ ନିର୍ମାତା, ଇ-କମର୍ସ କମ୍ପାନୀ, ଓୟାର ହାଉସିଂ, ଉଦ୍ୟୋଗମାନଙ୍କରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ପ୍ୟାକେଜିଂ କରାଯାଉଛି । ଯେ ପର୍ଯ୍ୟନ୍ତ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକର ଉପଯୋଗ ବନ୍ଦ କରା ନଯାଇଛି, ସେ ପର୍ଯ୍ୟନ୍ତ ଉପଭୋକ୍ତାମାନେ ଏହାର ବ୍ୟବହାର କରି ଚାଲିଥିବେ । ତେଣୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଉପଯୋଗ ବନ୍ଦ କରିବା ପାଇଁ ପ୍ରଭାବୀ ପଦକ୍ଷେପ ନେବା ସହ ଏହା ସମକକ୍ଷ ବିକଳ୍ପ ବ୍ୟବସ୍ଥା ଲାଗୁ କରାଯିବା ଦରକାର ।

Get real time updates directly on you device, subscribe now.