fbpx
BJD SKY
BJD SKY

ODI ବିଶ୍ୱକପ ପୂର୍ବରୁ ବଡ଼ ପଦବୀ ପାଇଲେ ସିରାଜ: ଦୁନିଆର ସର୍ବଶ୍ରେଷ୍ଠ ବୋଲରର ସମ୍ମାନ

BJD

ନୂଆଦିଲ୍ଲୀ: ଏସିଆ କପ୍ ଶେଷ ହେବା ପରେ ଦିନିକିଆର ତାଜା ରାଙ୍କିଙ୍ଗ ଜାରି କରିଛି ଇଣ୍ଟରନେସନାଲ କ୍ରିକେଟ କାଉନ୍ସିଲ । ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ବିପକ୍ଷରେ ଘାତକ ବୋଲିଂ ତାଙ୍କୁ ସର୍ବଶ୍ରେଷ୍ଠ ଉପହାର ପ୍ରଦାନ କରିଛି । ଆଇସିସିର ଏହି ରାଙ୍କିଙ୍ଗ ଅନୁସାରେ ବର୍ତ୍ତମାନ ସାରା ବିଶ୍ୱର ସର୍ବଶ୍ରେଷ୍ଠ ବୋଲର ଭାବରେ ନୂଆ ପରିଚୟ ପାଇଛନ୍ତି ଟିମ ଇଣ୍ଡିଆର ଷ୍ଟାର ବୋଲର ମହମ୍ମଦ ସିରାଜ । ଏସିଆ କପରେ ଦମଦାର ବୋଲିଂ, ବିଶେଷ କରି ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୬ ୱିକେଟ ତାଙ୍କୁ ଏହି ସଫଳତା ଆଣି ଦେଇଛି ।

ଆଇସିସି ପୁରୁଷ ଦିନିକିଆ ରାଙ୍କିଙ୍ଗର ବୋଲରଙ୍କ ତାଲିକାରେ ଏବେ ଶ୍ରେଷ୍ଠସ୍ଥାନ ହାସଲ କରିଛନ୍ତି ଭାରତୀୟ ବୋଲର । ଏସିଆ କପ୍-୨୦୨୩ ଫାଇନାଲର ସୁପରଷ୍ଟାର ମହମ୍ମଦ ସିରାଜ ଏବେ ରାଙ୍କିଙ୍ଗର ଶୀର୍ଷରେ ପହଞ୍ଚିଛନ୍ତି । ଏସିଆ କପ୍ ବିଜୟ ପରେ ଏବେ ସିରାଜଙ୍କ ଦୁନିଆର ନମ୍ବର-୧ ବୋଲର ଭାବରେ ଘୋଷଣା କରିଛି ଆଇସିସି । ଦିନିକିଆ ଫର୍ମାଟରେ ଦମଦାର ବୋଲିଂ ଯୋଗୁଁ ଆଜି ସେ ଆଇସିସିର ସର୍ବଶ୍ରେଷ୍ଠ ବୋଲର ଭାବରେ ସ୍ଥାନ ପାଇଛନ୍ତି । ତେବେ ଏହାପୂର୍ବରୁ ଚଳିତବର୍ଷ ମାର୍ଚ୍ଚ ମାସରେ ସେ ଏହି ବଡ଼ ଉପଲବ୍ଧି ହାସଲ କରିଥିଲେ । ଏହି ମାସରେ ତାଙ୍କୁ ଆଇସିସି ଦିନିକିଆ ରାଙ୍କିଙ୍ଗର ଶୀର୍ଷ ବୋଲର ଭାବରେ ସ୍ଥାନ ମିଳିଥିଲା ।

ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ୧୨.୨ହାରରେ ବୋଲିଂ କରି ୧୦ଟି ୱିକେଟ ହାସଲ କରିଛନ୍ତି ସିରାଜ । ତେବେ ଏଥିରୁ ୬ଟି ୱିକେଟ ସେ ଶ୍ରୀଲଙ୍କା ବିପକ୍ଷ ଫାଇନାଲ ମ୍ୟାଚରେ ହିଁ ହାସଲ କରିଥିଲେ । ତେବେ ଏହାସହିତ ମୋଟ ୮ଟି ପାଦ ଉପରକୁ ଉଠି ସିଧା ୧ନମ୍ବର ସ୍ଥାନରେ ଏଣ୍ଟ୍ରି କରିଛନ୍ତି ମହମ୍ମଦ ସିରାଜ ।

Get real time updates directly on you device, subscribe now.