(VIDEO) କାଫେରେ ବୟଫ୍ରେଣ୍ଡକୁ ପିଜ୍ଜା ଖୁଆଉଥିଲା ଭଉଣୀ, ଗୁଣ୍ଡାଙ୍କୁ ଧରି ପହଞ୍ଚିଗଲା ଭାଇ, ଆଉ ତା’ପରେ ଖାଲି କୋଥଳି
କାଫେରେ ବୟଫ୍ରେଣ୍ଡ ସହ ପ୍ରେମାଳାପ କରୁଥିଲା ଭଉଣୀ, ଭାଇ ଜାଣି ପହଞ୍ଚିଗଲା, ଆଉ ତା’ ପରେ ଯାହା ହେଲା ଦେଖନ୍ତୁ ଭିଡିଓରେ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହାପୁଡ଼ରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି ଯାହାକି ଦେଖିବା ପରେ ଲାଗିବ, ଏହା କୌଣସି ଫିଲ୍ମର ସିନ୍ଠାରୁ କମ୍ ନୁହେଁ। କିନ୍ତୁ ଏହା ଏକ ସତ ଘଟଣା ଅଟେ। ଏହା ଏକ ପିଜା କାଫେର ଅଟେ। ଏଠାରେ ଜଣେ ଯୁବକ ନିଜ ଗାର୍ଲଫ୍ରେଣ୍ଡକୁ ପିଜା ଖୁଆଇବା ପାଇଁ କାଫେକୁ ଆଣିଥିଲେ।
ଏମାନେ ଆରାମରେ ବସି କଥା ହେଉଥିଲେ ଏବଂ ପିଜ୍ଜା ଖାଉଥିଲେ। ହେଲେ ଏହି ସମୟରେ ଏଭଳି ଏକ ପରିବେଶ ହୋଇଥିଲା ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ।
#हापुड़ के पिज्जा कैफे में एक प्रेमी जोड़ा डेट पर पहुंचा था पिज्जा का टुकड़ा हलक में नहीं उतरा और प्रेमिका का भाई गुंडे लेकर आ गया🧐
प्रेमी को लोहे की रॉड से जमकर पीटा और फिर उसे अपने साथ ले गया,भाई ने बहिन की भी जमकर पिटाई की
क्या एक भाई ने ये सही किया.?pic.twitter.com/KjGCUPtdb2— सरकारी मास्टर BSTCधारी (@O_MasterG) August 12, 2025
ଏହି ସମୟରେ ଯୁବତୀଙ୍କ ଭାଇ ସାଙ୍ଗରେ କିଛି ଗୁଣ୍ଡାଙ୍କୁ ଧରି ସେଠାରେ ପହଞ୍ଚିଥିଲେ। ଯୁବତୀଙ୍କ ଭାଇ କିଛି କଥା ବାର୍ତ୍ତା ନ କରି ସିଧାସଳଖ ଲୁହା ରଡରେ ତାଙ୍କ ଭଉଣୀର ବୟଫ୍ରେଣ୍ଡଙ୍କୁ ବାଡ଼ାଇଥିଲେ। ଏହାପରେ ତାଙ୍କ ସହ ଆସିଥିବା ଗୁଣ୍ଡାମାନେ ଭଉଣୀର ବୟଫ୍ରେଣ୍ଡକୁ ବାଡାଇଥିଲେ।
ମାଡ଼ ଖାଉଥିବା ଯୁବକଜଣକ ସାହାଯ୍ୟ ପାଇଁ ଚିଲାଉଥିଲେ। କିନ୍ତୁ କାଫେରେ ଥିବା ଲୋକେ ଡରିଯାଇ ତାଙ୍କୁ ସାହାଯ୍ୟ କରିପାରିଲେନି। ବୟଫ୍ରେଣ୍ଡ ମାଡ଼ଖାଇବା ପରେ, ଯୁବତୀଙ୍କୁ ମଧ୍ୟ ତାଙ୍କ ଭାଇ ବାଡାଇଥିଲେ। ତାଙ୍କୁ ନିଜ ସହ ନେଇଯାଇଥିଲେ। ଏହି ଘଟଣାଟି ସତ ଘଟଣା।