fbpx

NEET ପରୀକ୍ଷାରେ ଅନିୟମିତତା ଅଭିଯୋଗର ତଦନ୍ତ କରିବ SIT; ସୁପ୍ରିମକୋର୍ଟରେ ଦାଖଲ ହେଲା ପିଟିସନ

Advertisement

ନୂଆଦିଲ୍ଲୀ: ନିଟ୍ ପରୀକ୍ଷାକୁ ନେଇ ଅନିୟମିତତା ଅଭିଯୋଗରେ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ ହୋଇଛି। ଏହି ପିଟିସନରେ ନିଟ୍ ରେଜଲ୍ଟ ବାତିଲ ଘୋଷଣା କରାଯିବା ସହ ପୁନଃ ପରୀକ୍ଷା ପାଇଁ ଦାବି କରାଯାଇଛି। ପରୀକ୍ଷାରେ ଅନିୟମିତତା ଅଭିଯୋଗର SIT ତଦନ୍ତ କରାଯିବା ସହ ୨୦୨୪ ଜୁନ୍ ୪ତାରିଖରେ ଫଳାଫଳ ଆଧାରରେ ହେବାକୁ ଥିବା କାଉନସେଲିଂ ବନ୍ଦ କରିବାକୁ ଦାବି ହୋଇଛି। ନିଟ୍ ପରୀକ୍ଷା କୁ ନେଇ ତେଲେଙ୍ଗାନାର ଅବଦୁଲ୍ଲା ମହମ୍ମଦ ଫୈଜ ଏହି ପିଟିସନ୍ ଦାଖଲ କରିଛନ୍ତି।

ବାସ୍ତବରେ ନିଟ୍ ୨୦୨୪ ପରୀକ୍ଷାରେ ୨୩ ଲକ୍ଷ ୩୩ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ଲୋକସଭା ନିର୍ବାଚନ ଫଳାଫଳ ଦିନ ଜୁନ୍ ୪ ତାରିଖରେ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପରୀକ୍ଷାରେ ମୋଟ ୬୭ ଜଣ ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୭୨୦ରୁ ପୂରା ୭୨୦ ରନ୍ କରିଥିଲେ। ଯେଉଁମାନେ ହରିୟାଣାର ଝଜ୍ଜରର ସେହି କେନ୍ଦ୍ରର ଅଟନ୍ତି। ତେବେ ଜୁନ୍ ୧୪ରେ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇବାର ଥିଲା, କିନ୍ତୁ ୧୦ ଦିନ ପୂର୍ବରୁ ଫଳ ପ୍ରକାଶ ପାଇଥିଲା।

ନିଟ୍ ପରୀକ୍ଷା ଫଳ କୁ ନେଇ ପ୍ରଶ୍ନ ଉଠିବା ପରେ ଛାତ୍ରଛାତ୍ରୀମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇ ନିଟ୍ ରେଜଲ୍ଟ କୁ ବାତିଲ କରିବାକୁ ଦାବି କରିଛନ୍ତି। ଏହି ପିଟିସନରେ ଏସଆଇଟି ତଦନ୍ତ ଦାବି କରିବା ସହ କାଉନସେଲିଂ ବନ୍ଦ କରିବାକୁ ଦାବି କରିଛି। ଆବେଦନରେ କୁହାଯାଇଛି ଯେ ନିଟ୍ ପରୀକ୍ଷାକୁ ପୁନର୍ବାର କରାଯିବା ଉଚିତ।

 

 

Get real time updates directly on you device, subscribe now.