fbpx

ସୀତାପୁର କାରଖାନାରେ ଭୟାନକ ଦୁର୍ଘଟଣା, ୭ ମୃତ

ସୀତାପୁର,୬ ।୨: ଉତ୍ତରପ୍ରଦେଶ ସୀତାପୁରର ଏକ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହେବା କାରଣରୁ ଭୟାନକ ଦୁର୍ଘଟଣା ଘଟିଛି । ଏଥିରେ ୭ ଜଣଙ୍କର ଅତି ଦୟନୀୟ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ ୨ ମହିଳା, ୩ ଶିଶୁ ଓ ୨ ପୁରୁଷ ଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ବିଷାକ୍ତ ଗ୍ୟାସ୍ କିପରି ଲିକ୍ ହେଲା, ସେନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ମିଳିପାରିନାହିଁ ।

Get real time updates directly on you device, subscribe now.