fbpx

ଦୀର୍ଘ ୭ ଘଣ୍ଟା ଧରି ଇଣ୍ଟରନେଟ ଡାଉନ୍ ରହିବା ପରେ ସ୍ୱାଭାବିକ ହେଉଛି ସ୍ଥିତି

ନୂଆଦିଲ୍ଲୀ: ଦୀର୍ଘ ୭ ଘଣ୍ଟା ଧରି ଅଚଳ ହୋଇଯାଇଥିବା ଫେସବୁକ, ହ୍ୱାଟସଆପ ଓ ଇନଷ୍ଟାଗ୍ରାମ ଏବେ ସ୍ୱାଭାବିକ ହେବାରେ ଲାଗିଛି। ସୋମବାର ରାତି ପ୍ରାୟ ୯ଟା ବେଳେ ହଠାତ୍‌ ଏହି ୩ ସୋସିଆଲ ମିଡିଆ ସଂସ୍ଥାର ସର୍ଭର ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା। ଏହି ୩ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲୋକମାନେ ମେସେଜ ଓ ଫଟୋ ପୋଷ୍ଟ କରିବାରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ତେଣୁ ୟୁଜର୍ସଙ୍କୁ ନିରାଶ ହେବାକୁ ପଡିଥିଲା ।

ରିପୋର୍ଟ ଅନୁସାରେ, ଟେକ୍ନିକାଲ ସମସ୍ୟା କାରଣରୁ ପାଖାପାଖି ୭ ଘଣ୍ଟା ପର୍ୟ୍ୟନ୍ତ ଇଣ୍ଟରନେଟ ଡାଉନ୍ ରହିବା ପରେ ଆଂଶିକ ରୂପେ କାମ କରିଥିଲା । ଭାରତରେ ଗତ ରାତି ପ୍ରାୟ ୯ଟା ପରଠାରୁ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟସଆପ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରହିଥିଲା । ଫଳରେ ଗ୍ରାହକଙ୍କ ଚିନ୍ତା ବଢ଼ିଯାଇଥିଲା । କେହି କେହି ମୋବାଇଲ ନେଟୱାର୍କ ସମସ୍ୟା ଭାବୁଥିବା ବେଳେ ଆଉ କିଛି ମୋବାଇଲର ଯାନ୍ତ୍ରିକ ତ୍ରୁଟି ବୋଲି ସନ୍ଦେହ କରୁଥିଲେ । ତେବେ ଦୀର୍ଘ ୭ ଘଣ୍ଟା ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବା ଆରମ୍ଭ ହୋଇଛି । ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହ ସର୍ଭର ଡାଉନ ପାଇଁ ଲୋକମାନେ ଭୋଗିଥିବା ସମସ୍ୟା ପାଇଁ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ୱାଟସଆପ୍‌ କ୍ଷମା ମଧ୍ୟ ମାଗିଛନ୍ତି।

Get real time updates directly on you device, subscribe now.