fbpx

ମାଲବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ

କୋରାପୁଟ(ଓଡ଼ିଶା ଭାସ୍କର): ମାଲାବାହୀ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଜୟପୁର ପାଡ଼ୁଆ ଷ୍ଟେସନର ଭେଜା ଗାଁ ନିକଟରେ କୋଇଲା ବୋଝେଇ ଟ୍ରେନ୍ ଲାଇନଚ୍ୟୁତ୍ ହୋଇଛି । କିରଣ୍ଡୋଲରୁ ବିଶାଖାପାଟନମ ଯାଉଥିଲା ମାଲବାହୀ ଟ୍ରେନ୍ । ଏହା ଫଳରେ କୋରାପୁଟ-ବିଶାଖାପାଟନମ ରୁଟରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବିଳମ୍ବିତ ରାତିରେ ଲାଇନଚ୍ୟୁତ ପରେ ଉଦ୍ଧାର କାମ ଜାରି ରହିଛି । ଟ୍ରେନ ଲାଇନଚ୍ୟୁତ ପରେ ବିଶାଖାପାଟଣା-କିରନଡୁନ ଏକ୍ସପ୍ରେସ ବାତିଲ ହୋଇଛି ।

ଏହା ପୂର୍ବରୁ କଟକ ରେଳଷ୍ଟେସନରେ ଲାଇନଚ୍ୟୁତ ହୋଇଥିଲା ତାଳଚେରରୁ ପାରାଦୀପ କୋଇଲା ନେଇ ଯାଉଥିବା ମାଲବାହୀ ଟ୍ରେନ । କଟକ ରେଳ ଷ୍ଟେସନ ୱାଡ଼ର୍ରେ ଏହି ଅଘଟଣ ଘଟିଥିଲା । ଏଥିରେ କେହି ମୃତାହତ ହୋଇନଥିବା ବେଳେ ମାଲବାହୀ ଟ୍ରେନର ୩ଟି ବଗି ଲାଇନଚ୍ୟୁତ ହୋଇଥିବା ନେଇ ସୂଚନା ମିଳିଥିଲା ।

Get real time updates directly on you device, subscribe now.