fbpx

ଛତ୍ର ବଜାରରେ ପୋଲ କଡ ରାସ୍ତା ଭୁଶୁଡିବା ଘଟଣା: ୩ ଦିନ ମଧ୍ୟରେ ଋିପୋର୍ଟ ଦେବ ଆର୍‌ ଆଣ୍ଡ୍‌ ବି

କଟକ (ଭାସ୍କର ନ୍ୟୁଜ୍‌): ଛତ୍ରବଜାରରୁ ମାଲଗୋଦାମକୁ ସଂଯୋଗ କରୁଥିବା ଏକ ନିର୍ମାଣଧିନ ପୋଲ କଡ ରାସ୍ତା ଭୁଷୁଡିବା ଯୋଗୁ ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗୁରୁବାର ଜିଲ୍ଲାପାଳ ଆର୍‌ଆଣ୍ଡ୍‌ବି ଡିଭିଜନ୍‌ର ଯନ୍ତ୍ରୀଙ୍କୁ ୩ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମୃତ ଶ୍ରମିକମାନଙ୍କ ଶବକୁ ବ୍ୟବଛେଦ ପରେ ସେମାନଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ଆହତ ଥିବା ଚନ୍ଦନ ଦେହୁରୀକୁ ଇତି ମଧ୍ୟରେ ଚିକିତ୍ସା ପରେ ଛାଡି ଦିଆଯାଇଛି ।

ସୂଚନାଥାଉକି ଗତ ୯ ତାରିଖରେ କାମ ଆରମ୍ଭ ହୋଇଥିବା ବେଳେ ବୁଧବାର ହଠାତ୍‌ ପୋଲ୍‌ର କଡ ରାସ୍ତା ଭୁଷୁଡି ପଡିଥିଲା । ଫଳରେ କାମ କରୁଥିବା ୩ ଶ୍ରମିକ ମାଟି ତଳେ ରହିଯାଇଥିଲେ । ଅନ୍ୟ ୩ ଜଣ ଶ୍ରମିକ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଏ ସମ୍ପର୍କରେ ଖବର ପାଇ ପୁଲିସ୍‌ ଓ ଓଡ୍ରାଫ୍‌ ଟିମ୍‌ ଘଟଣାସ୍ଥଳରେ ପହଁଚି ୩ ଜଣଙ୍କୁ ମାଟି ତଳୁ ଉଦ୍ଧାର କରିଥିଲା । ଉଦ୍ଧାର କରାଯାଇଥିବା ଶ୍ରମିକମାନଙ୍କୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲ୍‌କୁ ପଠାଯାଇଥିବାବେଳେ ଡାକ୍ତର ସେଠାରେ କେନ୍ଦୁଝର ଗହ୍ମାଣ୍ଡିଆର କିର୍ତନ ଦେହୁରୀ ଓ ଅଜିତ୍‌ ଦେହୁରୀ ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଉଭୟଙ୍କ ବୟସ ୪୦ରୁ ୪୫ ବର୍ଷ ହେବ । ଘଟଣା ସମ୍ପର୍କରେ ଖବର ପାଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ କଟକ ଡିସିପି ତଦାରଖ କରିଥିଲେ ।

Get real time updates directly on you device, subscribe now.