fbpx

ନିୟମ କୋହଳ କଲା ଫେସବୁକ୍, ଦେଇହେବ ରୁଷ ବିରୋଧରେ ହିଂସାତ୍ମକ ମନ୍ତବ୍ୟ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣକୁ ନେଇ ନିୟମ କୋହଳ କଲା ଫେସବୁକ୍ । ଯୁଦ୍ଧକାଳୀନ ପରିସ୍ଥିତି ଯୋଗୁଁ ଅସ୍ଥାୟୀ ଭାବେ ନିୟମ କୋହଳ କଲା ସୋସିଆଲ୍ ମିଡିଆ ଫେସବୁକ୍ । ଫେସବୁକ୍ ରେ ଏଣିକି ରୁଷ ଆକ୍ରମଣକାରୀଙ୍କ ବିରୋଧରେ ଦେଇ ହେବ ହିଂସାତ୍ମକ ମନ୍ତବ୍ୟ । ତେବେ ରୁଷ ବିରୋଧରେ ହିଂସାତ୍ମକ ମନ୍ତବ୍ୟ ଦେବା ନେଇ ଅନୁମତି ଦେଇଛି ଫେସବୁକ୍ । ତେବେ ରୁଷୀୟ ନାଗରିକଙ୍କ ବିରୋଧରେ ହିଂସାତ୍ମକ ମନ୍ତବ୍ୟ ପୂର୍ବ ଭଳି ବାରଣ ରହିବ ବୋଲି କୁହାଯାଇଛି ।

ସୁଚନାଯୋଗ୍ୟ, ବର୍ତ୍ତମାନ ରୁଷିଆ ସହିତ ଲଢ଼େଇ କରିବା ପାଇଁ ୟୁକ୍ରେନକୁ ଆମେରିକା ସୈନ୍ୟ ପଠାଇବନି ବୋଲି ମନା କରି ଦେଇଛି । ଆମେରିକା କୌଣସି ସୈନ୍ୟ ପଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ୍ । ତେବେ ପଶ୍ଚିମ ଦେଇ ଗୁଡ଼ିକ ସମେତ ଆମେରିକା ପ୍ରଥମ ଦିନରୁ ଯୁଦ୍ଧକୁ ବିରୋଧ କରିଆସୁଥିଲା କିନ୍ତୁ ଲଢ଼େଇରେ ସହାୟତା କରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି ।

 

Get real time updates directly on you device, subscribe now.