fbpx

ସାମ୍ନାକୁ ଆସିଲା FIFA World Cupର କଳା ରହସ୍ୟ! ଷ୍ଟାଡିୟମ ନିର୍ମାଣରେ ମୃତ୍ୟୁବରଣ କରିଛନ୍ତି ୬ ହଜାର ଭାରତୀୟ ଶ୍ରମିକ

Advertisement

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୨ ବର୍ତ୍ତମାନ ବିଦାୟ ନେବାକୁ ଯାଉଛି । ଆଜିର ଫାଇନାଲ ମ୍ୟାଚରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ କଡ଼ା ଫାଇଟ ଦେଖିବାକୁ ମିଳିବ । ଏହାପରେ ବିଶ୍ୱର ଫୁଟବଲ କ୍ରିଡ଼ାପ୍ରେମୀଙ୍କୁ ମିଳିଯିବ ନୂଆ ବିଜେତା । ତେବେ ଏହା ମଧ୍ୟରେ କତାରରେ ଆୟୋଜିତ ହେଉଥିବା ଫିଫା ବିଶ୍ୱକପକୁ ନେଇ ଆସିଛି ଏକ ଭୟଙ୍କର ତଥ୍ୟ । ଫିଫା ବିଶ୍ୱକପ ପାଇଁ ପ୍ରଥମରୁ ବିବାଦ ଘେରରେ ରହିଥିବା କତାରକୁ ଏବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି ।

ତେବେ ଏକ ରିପୋର୍ଟ ଅନୁଯାୟୀ, ଫିଫା ବିଶ୍ୱକପର ଷ୍ଟାଡିୟମ ନିର୍ମାଣରେ ୬.୫ ହଜାର ଭାରତୀୟ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ତଥ୍ୟକୁ ଚାପିଦେବା ପାଇଁ କତାର ପକ୍ଷରୁ ବିଭିନ୍ନ ଷଡ଼ଯନ୍ତ୍ର କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ଫିଫା ପରି ଏକ ବିଶ୍ୱସ୍ତରୀୟ ଇଭେଣ୍ଟର ଆୟୋଜନ ନେଇ ୧୦ ବର୍ଷ ପୂର୍ବରୁ ଟେଣ୍ଡର ଡକାଯାଇଥାଏ । ଏହାପରେ ଆୟୋଜକ ଦେଶ ଦ୍ୱାରା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥାଏ ।

ତେବେ ଆମନେଷ୍ଟି ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ, ଗତ ୧୦ ବର୍ଷ ମଧ୍ୟରେ କତାରରେ ୧୫ ହଜାରରୁ ଅଧିକ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ପାଖାପାଖି ୨୭୦୦ ଭାରତୀୟ ଶ୍ରମିକ ରହିଥିବା କୁହାଯାଇଛି । ମାତ୍ର ଷ୍ଟାଡିୟମ ନିର୍ମାଣ କାର୍ଯ୍ୟରେ ସେମାନଙ୍କର ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରାଯାଇନାହିଁ । ଦି ଗାର୍ଡିଅନର ରିପୋର୍ଟ ମୁତାବକ, ୧୦ ବର୍ଷ ମଧ୍ୟରେ ୬୫୦୦ ଜଣ ଦକ୍ଷିଣ ଏସୀୟ ପ୍ରବାସୀ ଶ୍ରମିକ ପ୍ରାଣ ହରାଇଛନ୍ତି । ଏହି ଶ୍ରମିକମାନେ ଭାରତ, ପାକିସ୍ତାନ, ନେପାଳ, ଶ୍ରୀଲଙ୍କା ଓ ବାଂଲାଦେଶର ବୋଲି କୁହାଯାଇଛି । ସେହିପରି ରିଉଟରର ରିପୋର୍ଟ ମୁତାବକ, ଗତ ୨୦୧୧ରୁ ୨୦୨୦ ମଧ୍ୟରେ ଭାରତ, ବାଂଲାଦେଶ, ନେପାଳ, ଶ୍ରୀଲଙ୍କାର ୫୯୨୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ପାକିସ୍ତାନର ୮୨୪ ଜଣ ଶ୍ରମିକ ରହିଥିବା କତାର ସ୍ଥିତ ପାକ୍ ଦୂତାବାସ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.