fbpx

ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂକୁ ନେଇ ୩୨ଟି ଦେଶ ବିରୋଧରେ କୋର୍ଟରେ ମକଦ୍ଦମା ଦାଖଲ

ଓଡିଶା ଭାସ୍କର; ବିଶ୍ୱତାପନ ବା ଗ୍ଲୋବାଲ ୱାର୍ମିଂକୁ ନେଇ ପ୍ରାୟତଃ ଦେଶରେ ଅସନ୍ତୋଷ ଦେଖା ଦେଉଛି । ତେବେ ଏହାରି ଭିତରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ନେଇ ଚର୍ଚ୍ଚା ଦେଖିବାକୁ ମିଳୁଛି । ୱାର୍ମିଂ ପ୍ରସଙ୍ଗରେ ସଠିକ୍‌ ପଦକ୍ଷେପ ନ ନେବାରୁ ଚଳିତ ମାସ ୩୨ଟି ଦେଶ ବିରୋଧରେ କୋର୍ଟରେ ମକଦ୍ଦମା ଦାଖଲ କରାଯାଇଥିବା ଜଣାପଡିଛି । ଏନେଇ ୟୁରୋପୀୟ ମାନବିକ ଅଧିକାର କୋର୍ଟରେ ୬ଜଣ ପର୍ତ୍ତୁଗୀଜ ଯୁବକ ଅଭିଯୋଗ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ୨୦୧୭ରେ ପର୍ତ୍ତୁଗାଲରେ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିବା ଏବଂ ଦେଶର ଅନେକାଂଶ ଜଳି ଯାଇଥିଲା।

୧୧ ରୁ ୨୪ ବର୍ଷ ବୟସର ଯୁବକମାନେ କହିଛନ୍ତି ଯେ, ସେମାନେ ନିଜ ସ୍ୱାସ୍ଥ୍ୟକୁ ନେଇ ବହୁତ ଚିନ୍ତିତ। ସେମାନଙ୍କୁ ଅଧିକ ପ୍ରାକୃତିକ ବିପର୍ୟ୍ୟୟ ଏବଂ ଜଳବାୟୁ ପରିବର୍ତ୍ତନ ସହ ବଞ୍ଚିବାକୁ ପଡୁଛି। ଫଳରେ ସେମାନଙ୍କର ଅଧିକାର କ୍ଷୁର୍ଣ୍ଣ ହେଉଛି। ଅଗ୍ନିକାଣ୍ଡ ସମୟରେ ଓ ପରେ ଆଲର୍ଜି ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇଛି। ଭବିଷ୍ୟତରେ ପୃଥିବୀ ଏହିପରି ଭାବେ ଉଷ୍ମ ରହିଲେ ଅବସ୍ଥା ଖରାପ ହେବାର ଆଶଙ୍କା ରହିଛି।

Six Portuguese youth file 'unprecedented' climate lawsuit against 33  countries

ଏହି ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ୨୭ରେ ହେବ ବୋଲି ଜଣାପଡିଛି । ଅତ୍ୟଧିକ ଅଙ୍ଗାରକାମ୍ଳ ନିର୍ଗମନ ଯୋଗୁ ବିଶ୍ୱ ତାପନ ବଢିବାରେ ଲାଗିଛି ବୋଲି ଯୁବକମାନେ କୋର୍ଟରେ ଦାବି କରିଛନ୍ତି। ଗ୍ଲୋବାଲ ଲିଗାଲ ଆକ୍ସନ ନେଟୱାର୍କ (ଜିଏଲଏଏନ)ର ନିର୍ଦ୍ଦେଶକ ଗିଅରଏଡ ଓ’କ୍ୟୁଇନ ମଧ୍ୟ ଏହାକୁ ସମର୍ଥନ କରିଛନ୍ତି।

Get real time updates directly on you device, subscribe now.