fbpx

ପାପ ସମ୍ପର୍କର କୁପରିଣତି: ଦୁଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ପରେ ୨ ନବଜାତ ଶିଶୁଙ୍କୁ ହତ୍ୟା, ପର୍ଦ୍ଦାଫାସ କଲା ପୋଲିସ

କଳାହାଣ୍ଡି(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମକୁ ସମସ୍ତେ ଖେଳ ଭାବିବାରେ ଲାଗିଛନ୍ତି । ଏଥିପାଇଁ କିଏ ଜୀବନ ଦେଉଛି ତ ଆଉ କିଏ ଜୀବନ ନେଇଛି । ସେହିପରି କଳାହାଣ୍ଡିରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଦୋହାଇଲ ଦେବ । ଗୋଆରେ ୨ ଶିଶୁଙ୍କୁ ହତ୍ୟା ଭଳି ଜଘନ୍ୟ କାଣ୍ଡର ଫର୍ଦ୍ଦାଫାସ କରି ପ୍ରେମିକଙ୍କ ସହ ୨ ମହିଳାଙ୍କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ମିଳିଥିବା ସୂଚନା ମୁତାବକ, ୨୦୨୦ ମାର୍ଚ୍ଚ ମାସରେ ସାରାଦେଶରେ ଲକଡାଉନ ଲାଗୁହେବା ପୂର୍ବରୁ କଳାହାଣ୍ଡି ଗୋଲମୁଣ୍ଡା ଅଞ୍ଚଳର ୨ ମହିଳା ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ । ଲକଡାଉନ ସମୟରେ ସେମାନଙ୍କୁ ଏକ ସେମାନଙ୍କୁ ଏକ ଭଡାଘରେ ରଖିଥିଲା ଭୟପାଟଣା ଅଞ୍ଚଳର ତ୍ରିପାଳ ନାୟକ । ସମୟ ବିତିବା ସହିତ ତ୍ରିପାଳ ଉଭୟ ମହିଳାଙ୍କ ସହ ପ୍ରେମ ଓ ଶାରୀରିକ ସମ୍ପର୍କ ରଖିଥିଲା । ଫଳରେ ଜଣେ ମହିଳାଙ୍କ ପୁତ୍ର ସନ୍ତାନ ଜନ୍ମ ହୋଇଥିବା ବେଳେ ଆଉ ଜଣେ ମହିଳାଙ୍କ କନ୍ୟା ସନ୍ତାନ ଜନ୍ମ ହୋଇଥିଲା ।

କିନ୍ତୁ ଏହି ୩ ଜଣ ସେହି ନବଜାତ ଛୁଆଙ୍କୁ ମାରି ଘରପଛ ପଟେ ପୋତି ଦେଇଥିଲେ ଓ ଗତ ଜୁଲାଇ ମାସରେ ଓଡ଼ିଶା ଫେରି ଆସିଥିଲେ । ଫେରିବା ପରେ ଉଭୟ ମହିଳାଙ୍କୁ ସେମାନଙ୍କ ଘରେ ଛାଡିଥିଲା ତ୍ରିପାଳ । ୨ ମହିଳାଙ୍କ ମଧ୍ୟରୁ ତ୍ରିପାଳ ଜଣେ ମହିଳାଙ୍କୁ ବାହାହେବାକୁ ଚେଷ୍ଟା କରିବାକୁ ଘଟଣାରେ ଆସିଥିଲା ନୂଆ ମୋଡ଼ । ଅନ୍ୟ ମହିଳାଙ୍କ ପରିବାର ଲୋକେ ସେଦୁହିଁଙ୍କୁ ପୋଲିସରେ ଦେଇଥିଲେ । ପଚରାଉଚରା ପରେ ସାମ୍ନାକୁ ଆସିଲା ସମ୍ପୂର୍ଣ୍ଣ ଘଟଣା । ତ୍ରିପାଳ ଓ ୨ ମହିଳା ସେହି ନବଜାତ ଶିଶୁଙ୍କୁ ହତ୍ୟା କରିଥିବା ଜଣାପଡିଥିଲା । ସମସ୍ତ ତଥ୍ୟ ପାଇବା ପରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ ଓ ତ୍ରିପାଳକୁ ରିମାଣ୍ଡରେ ନେଇ ଗୋଆ ଯାଇଥିଲା । ସେଠାରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୨ ଛୁଆଙ୍କ କଙ୍କାଳ ଉଦ୍ଧାର ହେବା ପରେ ଡିଏଏନ ଟେଷ୍ଟ ପାଇଁ ପଠାଯାଇଛି । ଏବେ ତ୍ରିପାଳଙ୍କ ସହ ସେହି ୨ ମହିଳା ଜେଲ ହାଜତରେ ଦିନ କାଟୁଛନ୍ତି । ଏନେଇ ଧର୍ମଗଡ଼ ଏସଡିପିଓ ଧୀରଜ କୁମାର ଚୋପଦାର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.