fbpx
BSKY SKY
BSKY SKY

ଗୋଲ୍ଡେନ୍ ବୟ୍ ନୀରଜଙ୍କୁ ଚୁର୍ମା ଏବଂ ସିନ୍ଧୁଙ୍କୁ ଆଇସକ୍ରିମ୍ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

BSKY

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଅଲିମ୍ପିକ୍ ରେ ପଦକ ହାସିଲ କରିଥିବା ଆଥଲେଟ୍ ମାନଙ୍କ ସହିତ ନୂଆଦିଲ୍ଲୀରେ ଭେଟିଥିଲେ । କିଛି ଦିନ ତଳେ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ ରେ ଭାରତୀୟ ଆଥଲେଟ୍ ମାନେ ଖୁବ୍ ଭଲ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ଭାରତକୁ ମୋଟ ୭ଟି ପଦକ ମିଳିଛି । ଏଥିରେ ଜାଭଲିନ୍ ଥ୍ରୋରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ସାମିଲ ରହିଛି । ଏହା ହେଉଛି ଭାରତର ସବୁଠାରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ତେବେ ଆଜି ମେଡାଲିଷ୍ଟ ମାନଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ଏହି ଅବସରରେ ମୋଦୀ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ତାଙ୍କ ପସନ୍ଦର ଚୁର୍ମା ଖୁଆଇଛନ୍ତି ଏବଂ ବ୍ୟାଡମିଣ୍ଟନ୍ ରେ ପଦକ ହାସଲ କରିଥିବା ପିଭି ସିନ୍ଧୁଙ୍କୁ ଆଇସକ୍ରିମ୍ ଖୁଆଇଛନ୍ତି । ଭାରତକୁ ବ୍ୟାଡମିଣ୍ଟନ୍ ରେ ଦୁଇ ଦଇଟି ପଦକ ଜିତାଇଥିବା ପିଭି ସିନ୍ଧୁ ହେଉଛନ୍ତି ଏକ ମାତ୍ର ଆଥଲେଟ୍ ।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ଅଲିମ୍ପିକ୍ ପଦକ ବିଜେତାଙ୍କୁ ସ୍ୱତନ୍ତ୍ରତା ଦିବସ ଉପଲକ୍ଷେ ସାମିଲ ହେବାକୁ ଲାଲକିଲ୍ଲାକୁ ଆମନ୍ତ୍ରିତ କରିଥିଲେ । ଏହାପରେ ଅଗଷ୍ଟ ୧୬ ତାରିଖରେ ସମସ୍ତ ଖିଲାଡ଼ିଙ୍କ ସହିତ ବ୍ରେକଫାଷ୍ଟରେ ଭେଟିଥିଲେ । ନୀରଜଙ୍କୁ ଚୁର୍ମା ଏବଂ ସିନ୍ଧୁଙ୍କୁ ଆଇସକ୍ରିମ୍ ଖୁଆଇବା ନେଇ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ସେ ଆଜି ପୂରା କରିଛନ୍ତି ।

 

Get real time updates directly on you device, subscribe now.