fbpx

କାବୁଲ ବିମାନ ବନ୍ଦରରେ ଆମେରିକା ସୈନ୍ୟଙ୍କ ଫାଙ୍କା ଗୁଳିଚାଳନା, ଦଳାଚକଟାରେ ୫ ମୃତ, ଫସିଥିବା ଭାରତୀୟଙ୍କୁ ଝଟକା

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଫଶିଥିବା ହଜାର ହଜାର ଭାରତୀୟଙ୍କ ଚିନ୍ତା ଆହୁରିି ବଢି ଯାଇଛି । ସୋମବାର ଆଫଗାନିସ୍ତାନ ଛାଡିବା ପାଇଁ କାବୁଲ ବିମାନ ବନ୍ଦରରେ ହଜାର ସଂଖ୍ୟକ ଲୋକେ ରୁଣ୍ଡ ହୋଇଛନ୍ତି । ହେଲେ ଏହି ସମୟରେ ଗୁଳିକାଣ୍ଡ ଘଟିବାରୁ ବିମାନ ବନ୍ଦରରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏପରିକି ଦଳାଚକଟାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି । ଏହି ଘଟଣା ପରେ କାବୁଲରେ ଯାତ୍ରୀବାହୀ ବିମାନର ଉଡାଣ ଉପରେ ରୋକ୍ ଲଗାଯାଇଛି । ଏହି କାରଣରୁ ଭାରତ ଆସିବାକୁ ଥିବା ଏବଂ ଭାରତରୁ କାବୁଲ ଯିବାକୁ ଥିବା ଉଡାଣ ରଦ୍ଦ କରାଯାଇଛି । ଆଉ ଆଗଫାନିସ୍ତାନରୁ ମୁକୁଳିବାର ଆଶା ରଖିଥିବା ହଜାର ହଜାର ଭାରତୀୟଙ୍କୁ ଝଟକା ଲାଗିଛି । ସୋମବାର ମଧ୍ୟାହ୍ନ ୧୨ଟା ୩୦ରେ ଏୟାର ଇଣ୍ଡିଆର ଏକ ବିମାନ ଦିଲ୍ଲୀରୁ କାବୁଲ ଯିବାର ଥିଲା, ଯାହା ଉପରେ ଏବେ ରୋକ୍ ଲଗାଯାଇଛି ।

ଆଫଗାନିସ୍ତାନରେ ବର୍ତ୍ତମାନ ଏୟାରସ୍ପେସକୁ ବନ୍ଦ କରି ଦିଆଯାଇଛି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଅପିଲ୍ କରାଯାଇଛି ଯେ, ଲୋକେ ବିମାନ ବନ୍ଦର ଯାଆନ୍ତୁ ନାହିଁ । ରାଇଟର୍ସର ରିପୋର୍ଟ ଅନୁଯାୟୀ, କାବୁଲ ବିମାନ ବନ୍ଦରରେ ଆମେରିକା ସୈନିକଙ୍କ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା । ଏହି କାରଣରୁ ବିମାନ ବନ୍ଦରରେ ଦଳାଚକଟା ଘଟିଛି ଏବଂ ଏଥିରେ ୫ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି ।

ରବିବାର ଆମେରିକା କହିଥିଲା ଯେ, ତାର ୬୦୦୦ ସୈନିକ କାବୁଲ ବିମାନ ବନ୍ଦରର ସୁରକ୍ଷା କରିବେ ଏବଂ ଲୋକଙ୍କ ସୁରକ୍ଷିତ ଘର ବାହୁଡା ସୁନିଶ୍ଚିତ କରିବେ । ହେଲେ ସୋମବାର ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି। ଓଲଟା ତାରି ସେନା ଗୁଳିକାଣ୍ଡ କରିଛନ୍ତି । ଆମେରିକା, ବ୍ରିଟେନ୍, ଅଷ୍ଟ୍ରେଲିଆ ସମେତ ସମଗ୍ର ଦୁନିଆର ଅନେକ ଦେଶ ନିଜର ନାଗରିକଙ୍କୁ ଆଫଗାନିସ୍ତାନରୁ ବାହାର କରିବାରେ ଜୁଟି ଯାଇଛନ୍ତି । ମାତ୍ର ଏବେ ବିମାନ ବନ୍ଦର ବନ୍ଦ ହେବା କାରଣରୁ ଉଡାଣ ଠପ୍ ହୋଇ ଯାଇଛି । ଏହି କାରଣରୁ ଭାରତ ସମେତ ସମସ୍ତ ଦେଶର ଚିନ୍ତା ବଢି ଯାଇଛି ।

Get real time updates directly on you device, subscribe now.