fbpx

ଯୁବାଙ୍କ ସବୁଠୁ ବଡ଼ ଶକ୍ତି ହେଉଛି ଦକ୍ଷତା: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୧୫ା୭: ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ଯୁବାଙ୍କ ସବୁଠୁ ବଡ଼ ଶକ୍ତି ହେଉଛି ଦକ୍ଷତା । ଏହା ମଧ୍ୟ ସେ କହିଛନ୍ତି ଯେ ବ୍ୟାପାର ଓ ବଜାର ତୀବ୍ର ଗତିରେ ବଦଳିବାରେ ଲାଗିଛି । ତେଣୁ ଆଜିର ଯୁବାମାନେ ନୂଆ ନୂଆ ଦକ୍ଷତା ଶିଖିବା ଉଚିତ । ଦକ୍ଷତା ବିନା ଜୀବନ ଅଟକି ଯାଇଥାଏ । ଏହାସହ ନୂଆ ଦକ୍ଷତା ଶିଖିବା ଦ୍ୱାରା ନୂଆ ଉତ୍ସାହ ମିଳିଥାଏ । ଦକ୍ଷତା କେବଳ ରୋଜଗାର ପନ୍ଥା ନୁହେଁ ବରଂ କୌଶଳ ସଫଳ ବ୍ୟକ୍ତିର ପରିଚୟ ଅଟେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.