fbpx

ବିଶ୍ୱର ସବୁଠୁ ଅଧିକ ବର୍ଷ ବଞ୍ଚିଥିବା କୁକୁର, ମିଳିଲା ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ

AAKASH

ନୂଆଦିଲ୍ଲୀ: କୁହାଯାଏ କୁକୁର ମଣିଷର ପ୍ରକୃତ ବନ୍ଧୁ । ଅନେକ ଲୋକଙ୍କୁ କୁକୁର ପାଳିବା ମଧ୍ୟ ପସନ୍ଦ କରିଥାନ୍ତି । କୁକୁରଙ୍କ ସହ ନିଜ ପରିବାର ସଦସ୍ୟ ଭଳି ଯତ୍ନ ନେଇଥାନ୍ତି । ହେଲେ କୁହାଯାଏ କୁକୁରଙ୍କ ଆୟୁଷ କମ୍ । ବିଶ୍ୱାସ ରହିଛି ଏମାନେ ହାରାହାରି ୧୦ ରୁ ୧୫ ବର୍ଷ ବଞ୍ଚିଥାନ୍ତି । କିନ୍ତୁ ଏବେ ଏଭଳି ଏକ କୁକୁରକୁ ନେଇ ଚର୍ଚ୍ଚା ହେଉଛି ଯାହାର ବୟସ ୨୨ ବର୍ଷ । ଖାଲି ସେତିକି ନୁହେଁ ଏଥିପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ତା’ର ନାଁ ସ୍ଥାନ ପାଇଛି ।

ଟଏ ଫକ୍ସ ଟେରିୟର ପ୍ରଜାତିର ଏହି କୁକୁର ନାଁ ହେଉଛି ପେବେଲ୍ସ । ଏହି କୁକୁର ୨୮ ମାର୍ଚ୍ଚ ୨୦୦୦ ମସିହାରେ ଜନ୍ମ ହୋଇଥିଲା । ବର୍ତ୍ତମାନ ପେବେଲ୍ସ ନାଁରେ ସବୁଠୁ ଅଧିକ ଜୀଇଁବାର ଗିନିଜ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଆମେରିକାର ସାଉଥ୍ କ୍ୟାରେଲିନାରେ ରହୁଥିବା ବବି ଏବଂ ଜୁଲି ଗେଗ୍ରୋରୀ ହେଉଛନ୍ତି ପେବେଲ୍ସର ମାଲିକ । ଏହି କୁକୁରକୁ ବର୍ତ୍ତମାନ ୨୨ ବର୍ଷ ୬୪ ଦିନ ।

ଗିନିଜ ୱାର୍ଲ୍ଡ ରେକର୍ଡକୁ ନେଇ ବବି ଏବଂ ଜୁଲି କହିଛନ୍ତି ଯେ ସେମାନେ ଏଥିପାଇଁ ବହୁତ ଖୁସି ଅଛନ୍ତି । ପେବେଲ୍ସ ସେମାନଙ୍କ ସହ ଭଲ ସମୟ ଏବଂ ଖରାପ ସମୟରେ ରହିଆସିଛି । ପେବେଲ୍ସ ଏବେ ତାଙ୍କ ଘରେ ରାଣୀ ଭଳି ରହୁଛି ଏବଂ ସେ ଘରର ସବୁ ସଦସ୍ୟଙ୍କ ପ୍ରିୟ ମଧ୍ୟ  । ସେ ଆହୁରି କହିଛନ୍ତି ଯେ ପେବେଲ୍ସର ବୟସକୁ ନେଇ ଲୋକେ ଏବେବି ବିଶ୍ୱାସ କରିପାରନ୍ତି ନାହିଁ । ତେବେ ଅଧିକ ବୟସର ଜୀଇଁବାର କାରଣ କହିଛନ୍ତି ଯେ ଏହାର କାରଣ ହେଉଛି ଭଲପାଇବା, ସ୍ନେହ ଏବଂ ଉଚିତ୍ ଖାଦ୍ୟ । ସେ  କହିଛନ୍ତି ଯଦି କୌଣସି ଏକ ଜୀବକୁ ଉଚିତ୍ ପରିବେଶ ଏବଂ ଠିକ ଯତ୍ନ ନିଆଯାଏ ସେ ଅଧିକ ସମୟ ବଞ୍ଚିପାରିବ ।

ତେବେ ଏହା ପୂର୍ବରୁ ୨୧ ବର୍ଷ ୬୬ ଦିନର ସିହୁଆହୁଆ ପ୍ରଜାତିର ଟୋବିକିଥ୍ ନାମରେ ଏହି ରେକର୍ଡ ରହିଥିଲା ।

 

View this post on Instagram

 

A post shared by Pebbles (@pebbles_since_2000)

Get real time updates directly on you device, subscribe now.