fbpx
BJD
BJD SKY
BJD SKY

୫ଟି ସ୍କୁଲ ରୂପାନ୍ତରଣ: ଦ୍ୱିତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେଲା ରାଜ୍ୟର ୨୯୦୮ଟି ସ୍କୁଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ରାଜ୍ୟରେ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୦ଟି ହାଇସ୍କୁଲ ରୂପାନ୍ତରିତ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତରିତ ହୋଇଛି । ଗୋଟିଏ ଦିନରେ ଖୋର୍ଦ୍ଧା, ବୌଦ୍ଧ, ମାଲକାନଗିରି, ସୋନପୁର ଓ ମୟୁରଭଞ୍ଜ ଜିଲ୍ଲାର ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି ।

ଏହି ଅବସରର ସ୍କୁଲ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ, ଶିକ୍ଷା ହିଁ ଜୀବନର ସବୁଠାରୁ ବଡ଼ ରୂପାନ୍ତର ଆଣିଥାଏ । ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ପିଲାମାନଙ୍କର ସ୍ୱପ୍ନରେ ଡେଣା ଯୋଡ଼ି ଦେଇଛି । ଏହା ପିଲାମାନଙ୍କ ପାଇଁ ଏକ ନୂଆ ସୁଯୋଗ ଆଣି ଦେଇଛି । ପିଲାମାନଙ୍କର ସ୍ୱପ୍ନ ସାକାର ହେଲେ, ନୂଆ ଓଡ଼ିଶାର ଲକ୍ଷ୍ୟ ପୂରଣ ହେବା ସହ ନୂଆ ଓଡ଼ିଶା ଗଠନର ଭିତ୍ତି ସ୍ଥାପିତ ହୋଇପାରିବ ।

ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ୫-ଟିର ମହତ୍ତ୍ୱ ବିଷୟରେ ବୁଝାଇଥିଲେ । ଟେକ୍ନୋଲୋଜି, ଟିମୱାର୍କ, ଟାଇମ ଓ ଟ୍ରାନ୍ସପ୍ୟାରେନ୍ସି ପ୍ରୟୋଗରେ ରୂପାନ୍ତର ଆସିଥାଏ । ରୂପାନ୍ତର ରାଜ୍ୟର ପିଲାମାନଙ୍କୁ ଶ୍ରେଷ୍ଠ କରି ଗଢ଼ି ତୋଳିବାର ସୁଯୋଗ ଆଣି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ଅବସରରେ ମନ୍ତ୍ରୀ ସୁଦାମ ମାରାଣ୍ଡି, ପଦ୍ମନାଭ ବେହେରା, ନିରଞ୍ଜନ ପୂଜାରୀ, ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ରମେଶ ମାଝୀ ଓ ବିଧାୟକ ପ୍ରଦୀପ ଅମାତ ପ୍ରମୁଖ ୫ଟି ସମ୍ପର୍କରେ ଉଦବୋଧନ ଦେଇଥିଲେ ।

Get real time updates directly on you device, subscribe now.