fbpx

ଅଲୌକିକ ଦୃଶ୍ୟ, ମାଟି ଘୋଡ଼ା ପାଟିରୁ ବାହାରୁଛି ଧୂଆଁ: ଦେଖନ୍ତୁ ଭିଡିଓ…

ଗୋଟିଏ ମନ୍ଦିରରୁ ଏଭଳି ଏକ ଦୃଶ୍ୟ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ଗୋଟିଏ ମାଟି ଘୋଡ଼ା ମୁହଁରୁ ବାହାରୁଛି ଧୁଆଁ । ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ସାତୋରୀ ଗ୍ରାମରେ ।

ସୂଚନା ଅନୁଯାୟୀ, ଗ୍ରାମର ଗ୍ରାମ ଦେବତୀ ମା’ ହାନ୍ଦୁଳେଇଙ୍କ ନିକଟରେ ଥିବା ଏକ ମାଟି ଘୋଡ଼ା ପାଟିରୁୁ ଏଭଳି  ଧୁଆଁ ବାହାରୁଥିବା ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଗ୍ରାମବାସୀ । ପରେ ମନ୍ଦିରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ଆଉ ଗ୍ରାମବାସମାନେ ପୂଜାର୍ଚ୍ଚନା କରିବା ସହ ଭଜନ କୀର୍ତ୍ତନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଏବେ ମୋବାଇଲ ରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ସେପଟେ ଏହି ଧୂଆଁ ବାହାରିବାର କ’ଣ କାରଣ ରହିଛି ଏହା ପ୍ରକୃତରେ କିଛି ଅଲୌକିକ ଘଟଣା ନା’ ଏହା ପଛରେ କିଛି ବୈଜ୍ଞାନିକ ଯୁକ୍ତି ରହିଛି ତାକୁ ନେଇ ଉଠିଛି ପ୍ରଶ୍ନ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.