fbpx

ବଡ ଖବର… ଏକ୍ସପ୍ରେସ ଟ୍ରେନରୁ ବାହାରୁଛି ଧୂଆଁ: ଭୟରେ ଗାଡିରୁ ଡେଇଁପଡିଲେ ଯାତ୍ରୀ

ବ୍ରହ୍ମପୁର: କରମଣ୍ଡଳ ଦୁର୍ଘଟଣା ପରେ ବିଭିନ୍ନ ଜାଗାରୁ ଟ୍ରେନ ଦୁର୍ଘଟଣା ସାମନାକୁ ଆସୁଛି । ବର୍ତ୍ତମାନ ବ୍ରହ୍ମପୁରରୁ ଏକ ଏକ୍ସପ୍ରେସ ଟ୍ରେନରୁ ମଧ୍ୟ ଏକ ଅଘଟଣ ଘଟିଯାଇଛି । ଯାହାକୁ ନେଇ ସମସ୍ତ ଯାତ୍ରୀ ଭୟରେ ଟ୍ରେନରୁ ଡେଁ ପଡିଥିବା ଦେଖାଯାଇଛି । ସିକନ୍ଦରାବାଦ-ଅଗରତାଲା ଏକ୍ସପ୍ରେସର ବି-୫ ବଗିରୁ ଧୂଆଁ ବାହାରୁଥିବା ଦେଖି ଗାଡିରେ ତିବା ସମସ୍ତ ଯାତ୍ରୀ ଭୟଭୀତ ହୋଇ ପଡିଛନ୍ତି । ଫଳରେ ଜୀବନ ବଞ୍ଚାଇବା ପାଇଁ ଗାଡିରୁ ଡେଇଁ ଓହ୍ଲାଇ ପଡିଛନ୍ତି ଯାତ୍ରୀ । ବ୍ରହ୍ମପୁର ଷ୍ଟେସନରେ ଦେଖିବାକୁ ମିଳିଛି ଏମିତି ଏକ ଘଟଣା । ତେବେ ସଙ୍ଗେ ସଙ୍ଗେ ଟ୍ରେନରୁ ବାହାରୁଥିବା ଏହି ଧୂଆଁକୁ ନିର୍ବାପିତ କରାଯାଇଥିଲେ ବି ଯାତ୍ରୀମାନେ ପୁଣି ଥରେ ଏହି ବଗିରେ ଯିବା ପାଇଁ ପ୍ରସ୍ତୁତ ନାହାନ୍ତି । ସର୍ଟ ସର୍କିଟ ଯୋଗୁଁ ଟ୍ରେନରୁ ଧୂଆଁ ବାହାରୁତିବା ନେଇ ସୂଚନା ଦେଇଛି ପୂର୍ବତଟ ରେଲେଓ୍ୱ । ଗତ ଜୁନ ୨ ତାରିଖରେ ବାଲେଶ୍ୱରରେ ଘଟିଯାଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ଯୋଗୁଁ ସମସ୍ତଙ୍କ ମନରେ ଭୟ ବସା ବାନ୍ଧି ନେଇଛି ।

Get real time updates directly on you device, subscribe now.