ନିରାଶ ହେଲା ଭାରତ, ଜିତିବା ମ୍ୟାଚ ହାରିଗଲା

ଫିକା ପଡିଲା ସ୍ମୃତି ମନ୍ଧାନାଙ୍କ ଶତକ, ହାତରୁ ଗଲା ଦିନିକିଆ ସିରିଜ

ନୂଆଦିଲ୍ଲୀ:ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ ଶେଷ ହୋଇଛିା ଦିଲ୍ଲୀର ଅରୁଣ ଜେଟ୍‌ଲୀ ଷ୍ଟାଡିଅମରେ ଭାରତୀୟ ମହିଳା କ୍ରିକେଟ ଦଳ  ଓ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲ।। ଏଥିରେ ଭାରତ ତରଫରୁ ସ୍ମୃତି ମନ୍ଧାନା ଦମଦାର ଶତକ ପାଳି ଖେଳିଥିଲେ, ମାତ୍ର ତାଙ୍କ ଲମ୍ବା ସ୍କୋର କିଛି କାମ ଦେଇ ନଥିଲ।।

ମ୍ୟାଚକୁ ଅଷ୍ଟ୍ରେଲିଆ ଦଳ ୪୩ ରନରେ ଜିତି ୨-୧ରେ ସିରିଜ ହାତେଇ ନେଇଛିା ପ୍ରଥମରୁ କଙ୍ଗାରୁ ଦଳ ବ୍ୟାଟିଙ୍ଗ କରିବା ପାଇଁ ମଇଦାନକୁ ଓହ୍ଲାଇଥିଲା ।ବ୍ୟାଟିଙ୍ଗ କରି ଅଷ୍ଟ୍ରେଲିଆ ୪୧୩ ରନର ଟାର୍ଗେଟ ଭାରତକୁ ଦେଇଥିଲ।। ମାତ୍ର ଭାରତୀୟ ମହିଳା ଦଳ ୪୭ ଓଭରରେ ୩୬୯ ରନ କରିପାରିଥିଲୋ

ଫଳରେ ଭାରତୀୟ ମହିଳା ଦଳକୁ ଦିନିକିଆ ସିରିଜରେ ହାର ସାମ୍ନା କରିବାକୁ ପଡିଲ।। ସୂଚନାମୁତାବକ ସମ୍ପୂର୍ଣ୍ଣ ସିରିଜରେ ଭାରତୀୟ ମହିଳା ଟିମ ମୋଟ ୭୮୧ ରନ କରିଥିଲେ ଓ ଏହା ଏକ ଲମ୍ବା ସ୍କୋର ଅଟୋ ଯଥାସମ୍ଭବ ମ୍ୟାଚରେ ଜିତିବା ପାଇଁ ଭାରତୀୟ ଦଳ ପ୍ରୟାସ କରୁଥିଲୋ

ସ୍ମୃତିଙ୍କ ଦମଦାର ପ୍ରଦର୍ଶନ: ଭାରତୀୟ ଦଳ ମ୍ୟାଚ ହାରିବା ପରେ ମଧ୍ୟ ସ୍ମୃତି ମନ୍ଧାନାଙ୍କ ଦମଦାର ଶତକ ପାଳିର ଚର୍ଚ୍ଚା କରାଯାଉଛିା  ୬୩ଟି ବଲ ଖେଳି ସେ ୧୨୫ ରନ କରିଥିଲୋ ଏଥିରେ ୧୬ଟି ଚଉକା ଓ ୫ଟି ଛକା ସାମିଲଥିଲ।। ଯାହାକି ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ବଢାଇ ଦେଇଥିଲ।।

ସ୍ମୃତି ମନ୍ଧାନା ୨୩ଟି ବଲ ଖେଳି ଅର୍ଦ୍ଧଶତକ ହାସଲ କରିନେଇଥିଲେ , ଯାହାକି ମହିଳା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚର ସବୁଠାରୁ ଦ୍ରୁତତମ ଅର୍ଦ୍ଧଶତକ । ସ୍ମୃତି ମନ୍ଧାନାଙ୍କ ଭଲ ପ୍ରଦର୍ଶନ ପାଇଁ ତାଙ୍କୁ ପ୍ଲେୟାର ଅଫ ଦ ସିରିଜ୍ ମିଳିଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳି ବେଥ୍ ମୁନିଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଦିଆଯାଇଥିଲ।।