fbpx

ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ, ଦେଖନ୍ତୁ ଭିଡିଓ

ଓଡ଼ିଶା ଭାସ୍କର ବ୍ୟୁରୋ: ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ୍ ହେଉଛି । ତେବେ ଏହା ଏକ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି । ସାପଟି ଏଟିଏମ ଭିତରେ ଘୂରି ବୁଲୁଛି । ଲୋକମାନେ ଟଙ୍କା ଉଠାଇବାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣ ତାର ଭିଡିଓ କରିଛନ୍ତି । ସେମାନେ ଏଟିଏମ୍ ର ଡୋର୍ ପାଖରେ ଠିଆ ହୋଇ ଭିଡିଓ କରୁଛନ୍ତି ଓ ଗେଟ୍ କୁ ବାହାର ପଟରୁ ବନ୍ଦ କରି ଦେଇଛନ୍ତି ।
ସେଠାକାର କିଛି ଲୋକ ଏ ବିଷୟରେ ବନ ବିଭାଗ କର୍ମଚାରୀଙ୍କୁ ଜଣାଇବା ପରେ ସେମାନେ ଆସି ସାପ ଟିକୁ ରେସ୍କସ୍କୁ କରିଛନ୍ତି । ତାକୁ ନେଇ ଜଙ୍ଗଲରେ ଛାଡ଼ି ଦେଇଛନ୍ତି । ତେବେ ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି ।

 

Get real time updates directly on you device, subscribe now.