fbpx
BJD
BJD SKY
BJD SKY

ସୋସିଆଲ ମିଡ଼ିଆ ପାଇଁ ଶିଶୁଙ୍କ ମସ୍ତିଷ୍କର ଆକାର ଛୋଟ ହୋଇ ଯାଉଛି: ବ୍ରେନର ବିକାଶ ହେଉନି, ବଢ଼ୁଛି ଚାପ ସମସ୍ୟା, ନୂଆ ରିସର୍ଚ୍ଚ ରିପୋର୍ଟ

BJD

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ପ୍ରାଧାନ୍ୟ ଆମ ସମାଜରେ ବଢ଼ିବାରେ ଲାଗିଛି । ଫଳରେ ଛୋଟପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନେ ଏହି ମାୟାରେ ବାୟା ହେବାରେ ଲାଗିଛନ୍ତି । ସୋସିଆଲ ମିଡ଼ିଆର ନକାରାତ୍ମକ ପ୍ରଭାବ ଆମ ସମାଜ ଉପରେ ପଡ଼ୁଛି । ବିଶେଷ କରି ଶିଶୁ ଓ କିଶୋରଙ୍କ ମସ୍ତିଷ୍କ ଭୟଙ୍କର ଭାବେ ପ୍ରଭାବିତ ହେଉଛି । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟ ମୁତାବକ, ସୋସିଆଲ ମିଡ଼ିଆର ପ୍ରଭାବ ଶିଶୁଙ୍କ ବ୍ରେନ ଉପରେ ପଡ଼ୁଛି । ଛୋଟ ବୟସର ପିଲାମାନେ ବାରମ୍ବାର ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟ ଚେକ୍ କରିଥାନ୍ତି । ଏହାଫଳରେ ସେମାନଙ୍କର ବ୍ରେନର ଆକାର ଛୋଟ ହୋଇଯାଉଛି । ଆମେରିକାର ୟୁନିଭରସିଟି ଅଫ୍ ନର୍ଥ କ୍ୟାରୋଲିନାର ନ୍ୟୁରେଜା ସାଇଣ୍ଟିଷ୍ଟ ଶିଶୁଙ୍କ ଉପରେ ରିସର୍ଚ୍ଚ କରିଥିଲେ । ତେବେ ଶିଶୁଙ୍କ ବ୍ରେନ ମ୍ୟାପିଂ କରିବା ପରେ ସେ ଅନେକ ଭୟଙ୍କ ତଥ୍ୟ ପାଇଥିବା ଜଣାପଡ଼ିଛି ।

ଏହି ରିସର୍ଚ୍ଚରେ କ୍ରମାଗତ ୩ ବର୍ଷ ଧରି ଉତ୍ତର କ୍ୟାରୋଲିନାର କିଛି ସ୍କୁଲର ୧୭୦ ଜଣ ଛାତ୍ରଛାତ୍ରୀଙ୍କ ଡାଟା ନିଆଯାଇଥିଲା । ତେବେ କେଉଁମାନେ ଦିନକୁ ଥରେ ଓ କେଉଁମାନେ ଦିନକୁ ୨୦ରୁ ଅଧିକ ଥର ଫେସବୁକ, ଇନଷ୍ଟାଗ୍ରାମ, ସ୍ନାପଚାଟ ପରି ସୋସିଆଲ ମିଡ଼ିଆର ବ୍ୟବହାର କରୁଛନ୍ତି, ସେନେଇ ଶିଶୁଙ୍କୁ ବିଭାଜିତ କରାଯାଇଥିଲା । ତେବେ ସୋସିଆଲ ମିଡ଼ିଆର ବ୍ୟବହାର ଫଳରେ ଶିଶୁଙ୍କ ମସ୍ତିଷ୍କରେ ବିକାଶ ସମ୍ବନ୍ଧୀୟ ଭିନ୍ନ ଭିନ୍ନ ପରିବର୍ତ୍ତନ ଘଟୁଥିବା ବ୍ରେନ ମ୍ୟାପିଂରୁ ଜଣାପଡ଼ିଥିଲା ।

ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲାଇକ, କମେଣ୍ଟ, ନୋଟିଫିକେସନ ଓ ମେସେଜ୍ ଚେକ୍ କରିବାର ଇଚ୍ଛା ଶିଶୁଙ୍କ ଠାରେ ବିକଶିତ ହୋଇଥାଏ । ଏହାଫଳରେ ୧୨ରୁ ୧୫ ବର୍ଷୀୟ କିଶୋରଙ୍କ ବ୍ରେନର କମ୍ ବିକାଶ ହେଉଥିବା ଜଣାପଡ଼ିଥିଲା । ସେହିପରି ଭୋପାଳର ଜଣେ ମନୋଚିକିତ୍ସକ ସତ୍ୟକାନ୍ତ ତ୍ରିବେଦୀ ମଧ୍ୟ ନିକଟରେ ଏ ବାବଦରେ ରିସର୍ଚ୍ଚ କରିଥିଲେ । ସୋସିଆଲ ମିଡ଼ିଆ ପାଇଁ ଶିଶୁଙ୍କ ଚାପ ସମସ୍ୟା ବଢ଼ୁଛି । ଏଥିସହିତ ଶିଶୁଙ୍କ ଠାରେ ଏଞ୍ଜାଇଟି ବୃଦ୍ଧି ହେବା ସହ ଇଟିଂ ଡିଜଅର୍ଡର ସମସ୍ୟା ସୃଷ୍ଟି ହେଉଛି । ସ୍କୁଲମାନେ ମଧ୍ୟ ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ତ୍ରିବେଦୀ କହିଛନ୍ତି ।

Get real time updates directly on you device, subscribe now.