fbpx
BSKY
BJD MC SKY
BJD YOUTH SKY

ସରକାର ନେଲେ ବଡ଼ ପଦକ୍ଷେପ! ପ୍ରତିମାସରେ ଦେବେ ୩୫କିଲୋ ମାଗଣା ରାସନ

ନୂଆଦିଲ୍ଲୀ: କେନ୍ଦ୍ରସରକାରଙ୍କ ଏକୀକୃତ ଖାଦ୍ୟ ସୁରକ୍ଷା ଯୋଜନାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ନାମ ଦେଇଛନ୍ତି । ଏହାଦ୍ୱାରା ୧ଜାନୁଆରୀରୁ ୮୦ କୋଟିରୁ ଅଧିକ ଗରିବ ଲୋକଙ୍କୁ ମାଗଣାରେ ଏହି ଖାଦ୍ୟ ଦିଆଯାଉଛି । ସରକାରଙ୍କ ଦ୍ୱାରା ପିଏମଜିକେଏୱାଇ ନାମରେ ଜାଣିଥିବା ଯୋଜନା ଅନୁସାରେ ଗରିବ ଲୋକଙ୍କୁ ୫କିଲୋ ମାଗଣା ରାସନ ବନ୍ଦ କରାଯିବା ଆଲୋଚନା ମଧ୍ୟରେ ପଦକ୍ଷେପ ନିଆଯାଇଛି ।

୨୦୨୦ ମସିହାର କୋରନା ଭାଇରସ ମହାମାରୀ ପାଇଁ ଏହା ଆରମ୍ଭ ହୋଇଥିଲା ଏବଂ ଏହା ଗତବର୍ଷ ଡ଼ିସେମ୍ବର ମାସରେ ବନ୍ଦ କରି ଦିଆଯାଇଥିଲା । ତେବେ ପୂର୍ବମାସ ସରକାର ପିଏମଜିକେୱାଇକୁ ୨ଟି ଖାଦ୍ୟ ସବସିଡ୍ ଯୋଜନାରେ ଅନ୍ତର୍ଭୂକ୍ତ କରିଛନ୍ତି । ଏହାପରେ ଏହି ନୂତନ ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରାଯାଇଛି ।

ଖାଦ୍ୟ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛନ୍ତି ଯେ, ଏହି ନୂଆ ଯୋଜନାର ନାମ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଟେ । ଏହା ରାଷ୍ଟ୍ରୀୟ ସୁରକ୍ଷା ଅଧିନିୟମ ଅନୁସାରେ ଗରିବ ଲୋକମାନଙ୍କୁ ୨୦୨୩ ବର୍ଷରେ ମୁକ୍ତ ରାସନ ପ୍ରଦାନ କରାଯାଉଛି ।

ଏନଏଫଏସଏ ଅନୁସାରେ, ପରିବାରର ପ୍ରତି ସଦସ୍ୟ ପିଛା ୫କିଲୋ ରାସନ ଦିଆଯାଉଥିଲା । ଏଥିରେ ଅନ୍ତଦୋୟ ଅନ୍ନ ଯୋଜନା ପ୍ରତି ପରିବାର ପିଛା ୩୫କିଲୋ ରାସନ ଦେଉଛି । ଡ଼ିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଉଳ ଏବଂ ଗହମ ପିଛା ୧ଟଙ୍କା କିମ୍ବା ୨ଟଙ୍କା କିଲୋଗ୍ରାମ ପ୍ରତି ଦେବାକୁ ପଡ଼ୁଥିଲା । କିନ୍ତୁ ବର୍ତ୍ତମାନ ସରକାର ଏହାକୁ ସମ୍ପୂର୍ଣ୍ଣ ମାଗଣାରେ ଦେଉଛନ୍ତି ।

Get real time updates directly on you device, subscribe now.