fbpx

କାଶ୍ମୀରରୁ ଉଠିଲା ସୋସିଆଲ ମିଡିଆ ବ୍ୟାନ

ଶ୍ରୀନଗର,୪ ।୩: ଜମ୍ମୁ-କାଶ୍ମୀରରେ ସୋସିଆଲ ମିଡିଆ ଉପରୁ ଆଜି ପ୍ରତିବନ୍ଧକ ହଟିଛି । ଏବେ ଜମ୍ମୁ-କାଶ୍ମୀରର ସବୁ ଅଞ୍ଚଳରେ ସୋସିଆଲ ମିଡିଆ କ୍ରିୟାଶୀଳ ହୋଇଛି । ୨ଜି ସେବା ମଧ୍ୟ କାର୍ଯ୍ୟକ୍ଷମ ହୋଇଛି ବୋଲି ଜମ୍ମୁ-କାଶ୍ମୀର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେହିପରି କାଶ୍ମୀର ଉପତ୍ୟକାରେ ଇଣ୍ଟରନେଟ୍ ସେବା ସ୍ୱାଭାବିକ ହୋଇଛି । ଏହା ବ୍ୟତୀତ ଲୋକମାନେ ଲ୍ୟାଣ୍ଡଲାଇନ ଜରିଆରେ ଇଣ୍ଟରନେଟ ସେବା ପାଇପାରିବେ । ହେଲେ କର୍ତ୍ତୃପକ୍ଷ ଏହାର ଯାଞ୍ଚ କରିବା ପରେ ଯାଇ ହିଁ ଲୋକଙ୍କୁ ଇଣ୍ଟରନେଟ ସୁବିଧା ଯୋଗାଇ ଦିଆଯିବ । ହିଂସା ସୃଷ୍ଟି ଆଶଙ୍କାରେ ଅଗଷ୍ଟ ୫ରୁ ସୋସିଆଲ ମିଡିଆ ଉପରେ ବ୍ୟାନ୍ ଲଗାଯାଇଥିଲା ।

Get real time updates directly on you device, subscribe now.