fbpx

ସଲମାନଙ୍କର ଆଉ ଜଣେ ଭାଇ ନେଲେ ଡିଭୋର୍ସ, ୨୪ ବର୍ଷ ପରେ ଅଲଗା ହେଲେ ସୋହେଲ ଏବଂ ସୀମା

ମୁମ୍ବାଇ: ସଲମାନ ଖାନଙ୍କ ସାନ ଭାଇ ସୋହେଲ ଖାନ ଏବଂ ତାଙ୍କର ପତ୍ନୀ ସୀମା ଖାନ ଅଲଗା ହେବାକୁ ଯାଉଛନ୍ତି । ଦୁହେଁ ମୁମ୍ବାଇର ଏକ ଫ୍ୟାମିଲି କୋର୍ଟରେ ଡିଭୋର୍ସ ପାଇଁ ଆବେଦନ କରିଛନ୍ତି । ଦୁହେଁ ନିଜ ବୈବାହିକ ଜୀବନ ଶେଷ କରିବାକୁ ଚାହୁଁଛନ୍ତି ଏବଂ ଶୁକ୍ରବାର ଫ୍ୟାମିଲି କୋର୍ଟ ବାହାରେ ଦେଖିବାକୁ ମିଳିଥିଲା ।

ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ମଧ୍ୟ ଦୁହିଁଙ୍କ ମଧ୍ୟରେ ବନ୍ଧୁତ୍ୱ ରହିବ । ଅଚାନକ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଦୁହେଁ କିଛି ବର୍ଷ ଧରି ଅଲଗା ରହୁଥିଲେ ଏବଂ ଆଜି ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି । ସେମାନେ ଏହି ବିଷୟରେ ପୁର୍ବରୁ କାହାକୁ ସୂଚନା ଦେଇ ନଥିବା କୁହାଯାଉଛି ।

ତେବେ ଦୁହିଁଙ୍କ ସୁତ୍ରରୁ ମିଳିଥିବା ଖବର ମୁତାବକ ସେମାନଙ୍କ ମଧ୍ୟରେ କୌଣସି ବିବାଦ ନାହିଁ । ସେମାନେ ମିଳିମିଶି ଏହି ନିଷ୍ପତି ନେଇଛନ୍ତି । ସୀମା ଖାନଙ୍କର ଅସଲି ନାମ ହେଉଛି ସୀମା ସଚଦେବ । ପେଶାରେ ସେ ଜନେ ଫ୍ୟାସନ ଡିଜାଇନର ଅଟନ୍ତି । ଖବର ମୁତାବକ ସୀମା ନିଜର ଏକ ସେଲୁନ ମଧ୍ୟ ଖୋଲିଛନ୍ତି ।

ସୀମା ସୋହେଲ ଖାନଙ୍କୁ ୧୯୯୮ ମସିହାରେ ବିବାହ କରିଥିଲେ। ୟୋହନ ଏବଂ ନିର୍ବାଣ ନାମରେ ଉଭୟଙ୍କର ଦୁଇଟି ପୁଅ ଅଛନ୍ତି, ବର୍ତ୍ତମାନ ବିବାହର ୨୪ ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଛନ୍ତି । ୨୦୧୭ ରେ ମଧ୍ୟ ସୋହେଲ ଏବଂ ସୀମା ଅଲଗା ହେବାର ଖବର ଆସିଥିଲା ।

 

Get real time updates directly on you device, subscribe now.