fbpx

ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ କର୍ମଚାରୀଙ୍କୁ ପାଇଁ ଘର ତିଆରି ହେବ ସହଜ

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଘର ତିଆରି କରିବା ପାଇଁ ଦିଆଯାଉଥିବା ଆଡଭାନ୍ସ ଉପରେ ମିଳୁଥିବା ସୁଧ ହ୍ରାସ କରିଛନ୍ତି । ଏହି ସମ୍ବନ୍ଧରେ ଆବାସ ଏବଂ ସହରୀ ମନ୍ତ୍ରାଳୟ ଅଫିସ ମେମୋରେଣ୍ଡମ ମଧ୍ୟ ଜାରି କରିଛନ୍ତି ।  ସୁଧ ଦର ୮୦ ବେସିସ ପଏଣ୍ଟ୍ସ ଅଥବା ୦.୮୦ ପ୍ରତିଶତ ହ୍ରାସ କରାଯାଇଛି ।

ସରକାର କର୍ମଚାରୀଙ୍କୁ ହାଉସ ବିଲ୍ଡିଂ ଆଡଭାନ୍ସ ଦେଇଥାନ୍ତି । ଏଥିରେ କର୍ମଚାରୀ ନିଜର କିମ୍ବା ନିଜ ପତ୍ନୀଙ୍କ ନାମରେ ଥିବା ପ୍ଲଟରେ ଘର ତିଆରି କରିପାରିବେ । ଏଚବିଏ ଯୋଜନା ଅକ୍ଟୋବର ୨୦୨୦ ରୁ ଆରମ୍ଭ ହୋଇଥିଲା ଏବଂ ଏହା ଅନୂଯାୟୀ ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର କର୍ମଚାରୀଙ୍କୁ ୭.୯ ପ୍ରତିଶତ ସୁଧରେ ହାଉସ ବିଲ୍ଡିିଂ ଆଡଭାନ୍ସ ଦେଉଥିଲେ, ଏବେ ଏହି ଯୋଜନାକୁ ଆଉ ଏକ ବର୍ଷ ପାଇଁ ବଢ଼ାଯାଇଛି ।

ଏବେ କର୍ମଚାରୀଙ୍କୁ ଲୋନ ସୁଝିବା ପାଇଁ ଦିଆଯାଉଥିବା ଆଡଭାନ୍ସ ସୁଧରେ ହ୍ରାସ କରାଯାଇଛି । ଏବେ କର୍ମଚାରୀ ୦.୮ ପ୍ରତିଶତ କମ ସୁଧ ଦେବେ । ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ୭.୧ ପ୍ରତିଶତ ବାର୍ଷିକ ସୁଧ ଦେବାକୁ ହେବ । ପୂର୍ବରୁ ଏହାର ୭.୯ ପ୍ରତିଶତ ରହିଥିଲା ।

ସରକାରୀ କର୍ମଚାରୀଙ୍କୁ ମିଳୁଥିବା ଏହି ଆଡଭାନ୍ସ ହୋମ ଲୋନ ଦୁଇ ପ୍ରକାରର ହୋଇଥାଏ । ଏହା କର୍ମଚାରୀଙ୍କୁ  ୨୪ ମାସର ମୂଳ ଦରମା କିମ୍ବା ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଡଭାନ୍ସ ନେଇପାରିବେ । ଏହା ବ୍ୟତୀତ ଘରର ଦାମ୍ କିମ୍ବା ଲୋନ ସୁଝିବାର କ୍ଷମତା ଆଧାରରେ ମଧ୍ୟ ଆଡଭାନ୍ସ ଦିଆଯାଏ ।

Get real time updates directly on you device, subscribe now.