fbpx

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର! ପୁଣି ବଢ଼ିବ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ଏଚବିଏ ସୁଧ ହ୍ରାସ ପରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ପାଇଁ ଆଉ ଏକ ଖୁସି ଖବର ମିଳିପାରେ । ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ) ଜୁଲାଇରେ ବଢ଼ିପାରେ । ବର୍ତ୍ତମାନ କର୍ମଚାରୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି ।

ସୂଚନାଯୋଗ୍ୟ ସରକାର ବର୍ଷରେ ଦୁଇ ଥର ମହଙ୍ଗା ଭତ୍ତା ଦେଇଥାନ୍ତି । ନିକଟରେ ମହଙ୍ଗା ଭତ୍ତା ବୃଦ୍ଧି କରିଥିଲେ, ଏହାକୁ ୩ ପ୍ରତିଶତ ବଢ଼ାଇ ୩୪ ପ୍ରତିଶତ କରାଯାଇଥିଲା । ଏବେ ଏହାକୁ ପୁଣି ଥରେ ବୃଦ୍ଧି କରିବା ନେଇ କୁହାଯାଉଛି । ଦରଦାମ ବୃଦ୍ଧି ଯୋଗୁଁ ଏଥିରେ ୩ ବଦଳରେ ୪ ପ୍ରତିଶତ ବୃଦ୍ଧି କରାଯାଇପାରେ ।

ସପ୍ତମ ବେତନ କମିଶନ ଅନୂଯାୟୀ ଏବେ ସବୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନ ଭୋଗୀଙ୍କୁ ୩୪ ପ୍ରତିଶତ ମିଳୁଥିବାବେଳେ ଏହା ବଢ଼ି ୩୮% ହୋଇପାରେ । ଅଗଷ୍ଟରେ ଏହା ଦରମା ସହ ମିଳିପାରେ ।

Get real time updates directly on you device, subscribe now.