fbpx

ଟୁଇଟର ଡିଲରେ ଲାଗିଲା ରୋକ; ଏଲୋନ୍ ମସ୍କ କହିଲେ ନିଶ୍ଚିତ ନୁହେଁ ଗମ୍ଭୀର କି ଥଟ୍ଟା କରୁଛନ୍ତି

ନୁଆଦିଲ୍ଲୀ: ଗତ କିଛିଦିନ ତଳେ ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ୪୪ ବିଲିୟନ ଡଲାରରେ ଟୁଇଟରକୁ କିଣିଥିଲେ । ତେବେ ଟୁଇଟରରେ ଥିବା ଫେକ୍ ଆକାଉଣ୍ଟ ସଂଖ୍ୟାକୁ ନେଇ ଏବେ ଏହି ଡିଲ୍ ସାମୟିକ ଭାବରେ ସ୍ଥଗିତ ରହିବ ବୋଲି ଏଲନ ମସ୍କ ସୂଚନା ଦେଇଛନ୍ତି ।

କିଛି ଦିନ ପୂର୍ବରୁ ଟ୍ୱିଟର କହିଥିଲା ଯେ ପ୍ରଥମ ତ୍ରୈମାସିକରେ ଏହାର ଦୈନିକ ସକ୍ରିୟ ଉପଭୋକ୍ତାମାନଙ୍କ ମଧ୍ୟରେ ନକଲି କିମ୍ବା ସ୍ପାମ୍ ଆକାଉଣ୍ଟ ସଂଖ୍ୟା ପାଞ୍ଚ ପ୍ରତିଶତରୁ କମ୍ ଥିଲା। ସୋସିଆଲ ମିଡିଆ କମ୍ପାନୀର ପ୍ରଥମ ତ୍ରୈମାସିକରେ ୨୨.୯୦ ନିୟୁତ ଉପଭୋକ୍ତା ଥିଲେ ଯେଉଁମାନେ ବିଜ୍ଞାପନ ଗ୍ରହଣ କରିଥିଲେ । ଟୁଇଟର ଚୁକ୍ତି ପରେ ଏଲୋନ୍ ମସ୍କ ଏକ ଟୁଇଟରେ କହିଛନ୍ତି ଯେ ଏହି ପ୍ଲାଟଫର୍ମରୁ “ସ୍ପାମ୍ ବଟ୍ସ’କୁ ସମ୍ପୂର୍ଣ୍ଣ ରୂପେ ହଟାଇବା ଆମର ପ୍ରାଥମିକତା ହେବ।

ତେବେ ବର୍ତ୍ତମାନ ସ୍ମାପ ଏବଂ ନକଲି ଆକାଉଣ୍ଟ ଗୁଡ଼ିକ ଲାଗି ଏହି ଡିଲ ପାଇଁ କେତେ ବିପଦ ସୃଷ୍ଟି କରିପାରେ ତାହା ସ୍ପଷ୍ଟ ହୋଇନାହିଁ । ଏଲନ ଟୁଇଟରର ସ୍ୱଚ୍ଛତା ଉପରେ ସର୍ବଦା ଜୋର ଦେଇ ଆସୁଥିବା କହିଛନ୍ତି । ଗୁରୁବାର ନିଜେ ଟ୍ୱିଟରର ଦୁଇଜଣ ବରିଷ୍ଠ ଅଧିକାରୀଙ୍କୁ ହଟାଇ ଦିଆଯାଇଛି। ଟ୍ୱିଟରର ସର୍ବ ବୃହତ ଅଂଶୀଦାର ମସ୍କ ୪୪ ବିଲିୟନ ଡଲାରରେ ଏହାର ଅଧିଗ୍ରହଣ ଘୋଷଣା କରିଛନ୍ତି । ଏଥିପାଇଁ ସେ ପାଣ୍ଠି ସଂଗ୍ରହ ମଧ୍ୟ କରିଥିଲେ।

 

 

 

Get real time updates directly on you device, subscribe now.