fbpx

ଚାକିରି ଚାଲିଗଲେ ମିଳିବ ଆର୍ଥିକ ସହାୟତା ! ସରକାର ଆଣିଲେ ନୂଆ ଯୋଜନା

ନୂଆଦିଲ୍ଲୀ: କୌଣସି କାରଣରୁ ଚାକିରି ଚାଲିଗଲେ, ଏବଂ ଅନ୍ୟ ଚାକିରି ନମିଳିବା ପର୍ଯ୍ୟନ୍ତ ଅନେକ ଅସୁବିଧାର ସମ୍ମୁଖୀନ ହେବା ପଡ଼ିଥାଏ । କିନ୍ତୁ ଏବେ ଏହି ଦେଶର ସରକାର, ଯଦି କେହି କର୍ମଚାରୀଙ୍କ ଚାକିରି ଚାଲିଯାଉଛି ତେବେ ତାଙ୍କୁ ଆର୍ଥିକ ସହଯୋଗ କରିବେ । ବରୋଜଗାରୀ ବୀମା ଅନୂଯାୟୀ କର୍ମଚାରୀଙ୍କୁ ଏହି ସୁବିଧା ଦିଆଯିବ । ଏହା ଅନୂଯାୟୀ ସରକାରଙ୍କ ତରଫରୁ ଏହି ସାହାଯ୍ୟ ସେ ପର୍ଯ୍ୟନ୍ତ ମିଳିବ ଯେ ପର୍ଯ୍ୟନ୍ତ ତାଙ୍କୁ ଅନ୍ୟ ଚାକିରି ମିଳିନାହିଁ ।

ସଂଯୁକ୍ତ ଆରବ ଅମୀରାତ(ୟୁଏଇ) କର୍ମଚାରୀଙ୍କ ପାଇଁ ବରୋଜଗାରୀ ବୀମାର ଆରମ୍ଭ କରିଛନ୍ତି । ୟୁଏଇର ସରକାରୀ ନ୍ୟୁଜ୍ ଏଜେନ୍ସୀ WAM କହିଛି ଯେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଦୁବାଇର ଶାସକ ଶେଖ ମୋହମ୍ମଦ ବିନ ରାଶିଦ ଅଲ ମକତୂମ ଏହାର ଘୋଷଣା କରିଛନ୍ତି ଯେ । ମାନବ ସମ୍ବଳ ଏବଂ ଅମୀରାତ ମନ୍ତ୍ରୀ ଅବଦୁଲ ମନ୍ନାନ ଅଲ ଅୱାର ଶୁକ୍ରବାର ଏକ ପ୍ରେସ କନ୍ଫରେନ୍ସରେ ଏହା ବିଷୟରେ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଏହି ବୀମା ଅନୂଯାୟୀ ଯଦି କେହି କର୍ମଚାରୀଙ୍କ ଚାକିରି ଯାଉଛି ତେବେ ତାଙ୍କୁ ଅନ୍ୟ ଚାକିରି ମିଳିବା ପର୍ଯ୍ୟନ୍ତ ବୀମା ଟଙ୍କା ସରକାର ଦେବେ । ୨୦୨୩ ସୁଦ୍ଧା ବରୋଜଗାରୀ ବୀମା ଯୋଜନାରେ ଯୋଗଦାନ ଦେବାକୁ ହେବ । ବୀମା କମ୍ପାନୀ ପ୍ରତିବର୍ଷ ଏହି ବୀମା ପାଇଁ ବାର୍ଷିକ ୪୦-୧୦୦ ଦିରହମ ଦେବାକୁ ହେବ । ଏହି ଯୋଜନାରେ ଚାକିରି ଯିବା ପରେ ଏକ ନିଶ୍ଚିତ ଅବଧି ପର୍ଯ୍ୟନ୍ତ ମୂଳ ବେତନର ୬୦ ପ୍ରତିଶତ କର୍ମଚାରୀଙ୍କୁ ଦିଆଯିବ । ୟୁଏଇର ସରକାରୀ ଏବଂ ବେସରକାରୀ କମ୍ପାନୀର ସବୁ କର୍ମଚାରୀଙ୍କୁ ଏହାର ପାଇଦା ମିଳିବ । ଏହି ଯୋଜନା ସବୁ ନାଗରିକଙ୍କ ପାଇଁ ଲାଗୁ ହେବ ।

Get real time updates directly on you device, subscribe now.