fbpx

ବିବାହିତ ମହିଳାମାନେ ମଥାରେ କାହିଁକି ଲଗାନ୍ତି ସିନ୍ଦୁର; ଜାଣନ୍ତୁ ୧୬ ଶୃଙ୍ଗାର ସହ ଜଡିତ ଧାର୍ମିକ ଏବଂ ବୈଜ୍ଞାନିକ କାରଣ

ହିନ୍ଦୁ ଧର୍ମରେ ବିବାହର ରିତିନିତି ଠାରୁ ଆରମ୍ଭ କରି ମହିଳା ସଧବା ଥିବା ପର୍ଯ୍ୟନ୍ତ ସେମାନଙ୍କ ପାଇଁ ଶୃଙ୍ଗାରର ବିଶେଷ ମହତ୍ତ୍ୱ ରହିଥାଏ । ହିନ୍ଦୁ ଧର୍ମରେ ମହିଳାଙ୍କ ୧୬ ଟି ଶୃଙ୍ଗାର ବିଷୟରେ କୁହାଯାଇଛି, ଯାହା କି ବିବାହ ପରେ ମହିଳାମାନଙ୍କ ଦ୍ୱାରା କରାଯାଇଥାଏ । ଏଥିରେ ସିନ୍ଦୁର, ଟିକିଲି, ମଙ୍ଗଳସୂତ୍ର, ଚୁଡି, ପାଉଁଜି, ଗୋଡ ମୁଦି ଭଳି ଶୃଙ୍ଗାରକୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏହି ଶୃଙ୍ଗାରଗୁଡ଼ିକ ମହିଳାମାନେ ବିବାହିତ ବୋଲି ପ୍ରମାଣିତ କରିଥାଏ ।

କୁହାଯାଏ କି, ବିବାହିତ ମହିଳାମାନେ ଶୃଙ୍ଗାର କରିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଏ । ମହିଳାମାନଙ୍କର ଅନେକ ପ୍ରକାରର ଶୁଙ୍ଗାର ମଧ୍ୟରେ ଗୋଟିଏ ହେଉଛି ସିନ୍ଦୁର । ଯାହା ଜଣେ ବିବାହିତ ମହିଳାପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ଜଣେ ଝିଅକୁ ବେଦିରେ ବର ସିନ୍ଦୁର ଦେବା ପରେ ସେ ବିବାହିତ ବୋଲି ପ୍ରମାଣିତ ହୋଇଥାଏ । ଏଥିସହିତ ତା ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ ହୁଏ । କିନ୍ତୁ ଆପଣ ଜାଣନ୍ତି କି, ସିନ୍ଦୁର ପିନ୍ଧିବାର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ଏହାର ମାନ୍ୟତା, ମହତ୍ତ୍ୱ ଓ ଲାଭ ବିଷୟରେ…

ସିନ୍ଦୁର ଲଗାଇବାର ଧାର୍ମିକ ମହତ୍ୱ:

ସନାତନ ଧର୍ମରେ ସିନ୍ଦୁର ପିନ୍ଧିବାର ପରମ୍ପରା ବହୁତ ପୁରୁଣା । ମହାଭାରତ ଏବଂ ରାମାୟଣ କାଳରୁ ଏହି ପରମ୍ପରା ଚାଲି ଆସୁଛି । ଶାସ୍ତ୍ର ମତରେ ସିନ୍ଦୁର ପିନ୍ଧିବା ଦ୍ୱାରା ସ୍ୱାମୀର ଆୟୁଷ ବଢିବା ସହ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଜବୁତ ହୋଇଥାଏ । ଏଥିସହିତ ଏହା ସୌଭାଗ୍ୟବତିର ମଧ୍ୟ ପ୍ରମାଣ ଦେଇଥାଏ । ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ଯେଉଁ ନାରୀ ଯେତେ ଲମ୍ବା ସିନ୍ଦୁର ପିନ୍ଧେ ତା ସ୍ୱାମୀଙ୍କ ଆୟୁଷ ସେତେ ଅଧିକ ହୁଏ । ତେବେ ଏହା ସତ୍ୟ କି ଅନ୍ଧ ବିଶ୍ୱାସ ତାହା ଆଜି ବି ଜଣାପଡି ନାହିଁ ।

ଏଥିସହିତ ଜଣେ ନାରୀ ୧୬ ଶୃଙ୍ଗାର କରିବା ଦ୍ୱାରା ମା ଲକ୍ଷ୍ମୀ ମଧ୍ୟ ପ୍ରିତ ହୋଇଥାନ୍ତି ଏବଂ ତାଙ୍କ କୃପା ଦୃଷ୍ଟି ପକାଇଥାନ୍ତି । ଫଳରେ ଘରେ ଧନ ସମ୍ପତ୍ତିର ଅଭାବ ରହି ନଥାଏ । ସେହିପରି ଆମ ପୂର୍ବପୁରୁଷର ନାରୀମାନେ ତାଙ୍କ ସ୍ୱାମୀମାନଙ୍କ ମଙ୍ଗଳ କାମନା କରି ମଥାରେ ସିନ୍ଦୁର ଲଗାଇବା ପରେ ଏହାକୁ ନମସ୍କର ମଧ୍ୟ ହୋଇଥାନ୍ତି । ଯାହାକୁ ସ୍ୱାମୀଙ୍କ ପ୍ରତି ସମ୍ନାନ ଏବଂ ଧାର୍ମିକ ପ୍ରଥା ମଧ୍ୟ କୁହାଯାଏ । ସେହିପରି ମହିଳାମାନେ ସିନ୍ଦୁର ଲଗାଇବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି ।

ସିନ୍ଦୁର ପିନ୍ଧିବାର ବୈଜ୍ଞାନିକ ମହତ୍ୱ:

ଭାରତୀୟ ପରମ୍ପରାରେ ସୃଷ୍ଟି ହୋଇଥିବା ରୀତିନୀତି ପଛରେ ଏକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଯାହା ବିଷୟରେ ଆଜିବି ଲୋକମାନେ ଅବଗତ ନୁହଁନ୍ତି । ତେବେ ବୈଜ୍ଞାନିକମାନଙ୍କ ଦୃଷ୍ଟିକୋଣରୁ, ମହିଳାମାନେ ମଥାରେ ସିନ୍ଦୁର ଲଗାଇବା ସମଗ୍ର ଶରୀର ସହିତ ଜଡିତ । ସିନ୍ଦୁରରେ ପାରା ନାମକ ଧାତୁ ରହିଥାଏ । ଯାହା ବ୍ରହ୍ମାରନ୍ଧ ଗ୍ରନ୍ଥି ବା ମସ୍ତିଷ୍କର ମଧ୍ୟଭାଗ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଧାତୁ ହୋଇଥାଏ ।

ତେବେ ସିନ୍ଦୁର ପନ୍ଧିବା ଦ୍ୱାରା ଏହା ମହିଳାଙ୍କ ମାନସିକ ଚାପକୁ ହ୍ରାସ କରିଥାଏ । ଏଥିିସହିତ ଏହା ସେମାନଙ୍କର ମସ୍ତିଷ୍କକୁ ସର୍ବଦା ଚେତନ ଅବସ୍ଥାରେ ରଖିଥାଏ । ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ ଶରୀରର ରକ୍ତଚାପ ମଧ୍ୟ ସିନ୍ଦୁର ପିନ୍ଧିବା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଫଳରେ ମହିଳାମାନଙ୍କୁ ଉଚ୍ଚ ରକ୍ତ ଚାପ କିମ୍ବା ଲୋ ବିପିର ସମସ୍ୟା ଖବ୍ କମ୍ ରହିଥାଏ ।

Get real time updates directly on you device, subscribe now.