fbpx

ଗୋଟିଏ ମାସରେ ପଡୁଛି ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କଣ ରହିବ ଏହାର ପ୍ରଭାବ

ଚଳିତବର୍ଷ ଗୋଟିଏ ମାସରେ ଚନ୍ଦ୍ର ଗ୍ରହଣ ଓ ସୂର୍ଯ୍ୟପରାଗ ଏକାଥରେ ପଡିବାକୁ ଯାଉଛି । ଜୁନ୍ ୫ରେ ଚନ୍ଦ୍ର ଗ୍ରହଣ ଥିବା ବେଳେ ୨୧ ଜୁନରେ ସୂର୍ଯ୍ୟ ପରାଗ ରହିଛି । ଭାରତରେ ଏହି ଗ୍ରହଣକୁ ଦେଖିବାକୁ ମିଳିବ । ଏହି ବର୍ଷ ୬ ଟି ଗ୍ରହଣ ଲାଗିବା ।୫ ଜୁନରୁ ୫ ଜୁଲାଇ ମଧ୍ୟରେ ୩ଟି ଗ୍ରହଣ ଲାଗିବାର ଅଛି ବୋଲି ଜ୍ୟୋତିଷଶାସ୍ତ୍ରରୁ ଜଣାପଡିଛି । ସୁର୍ଯ୍ୟଗ୍ରହଣ ଭାରତ, ଦକ୍ଷିଣ ପୂର୍ବ ୟୁରୋପ, ହିନ୍ଦୁ ମହାସାଗର, ପ୍ରଶାନ୍ତ ମହାସାଗର, ଆଫ୍ରିକା, ଉତ୍ତର ଆମେରିକା ଓ ଦକ୍ଷିଣ ଆମେରିକାରେ ଦେଖିବାକୁ ମିଳିବ । ସେହିପରି ଚନ୍ଦ୍ର ଗ୍ରହଣ ୟୁରୋପ, ଭାରତ ସହ ଏସିଆ , ଆଫ୍ରିକା ଓ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିବ ।

ଚନ୍ଦ୍ର ଗ୍ରହଣ ୫ ଜୁନ୍ ରାତି ୧୧ଟା ୧୫ରେ ଆରମ୍ଭ ହୋଇ ୬ ଜୁନ୍ ୨ଟା ୨୪ ମିନିଟରେ ସମାପ୍ତ ହେବ । ଅନ୍ୟପଟେ ସୂର୍ଯ୍ୟ ପରାଗ ୨୧ ଜୁନ୍ ସକାଳ ୯ଟା ୧୫ମିନିଟରୁ ଆରମ୍ ହୋଇ ଦ୍ୱିପହର ୩ଟା ୩ ମିନିଟରେ ଶେଷ ହେବ ।

ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଗହଣ ସମୟରେ ମଙ୍ଗଳ ଗ୍ରହ ମୀନରେ ପ୍ରବେଶ ହୋଇ ସୂର୍ଯ୍ୟ, ବୁଧ, ଚନ୍ଦ୍ର ଓ ରାହୁଙ୍କୁ ଦେଖିବ । ଯାହର ପରିଣାମ ଶୁଭ ରହିବ । ଗ୍ରହଣ ସମୟରେ ଶନି, ଗୁରୁ, ଶୁକ୍ର ଓ ବୁଧ ବକ୍ର ସ୍ଥିତିରେ ରହିବେ । ରାହୁ ଓ କେତୁଙ୍କ ଗତିବିଧି ବିପରିତ ରହିବ । ଏହି ପରିସ୍ଥିତି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମଧ୍ୟ ଭଲ ନୁହେଁ ।
ଅନ୍ୟପଟେ ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୂର୍ଯ୍ୟପରାଗ ୨୧ ଜୁନ୍ ଅର୍ଥାତ୍ ଆଷାଢ ମାସ କୃଷ୍ଣ ପକ୍ଷ ଅମବ୍ୟାସା ତିଥିର ଦିନରେ ମିଥୁନ ରାଶିରେ ଲାଗିବ । ମିଥୁନ ରାଶି ଉପରେ ସୂର୍ଯ୍ୟ ପରାଗର ସବୁଠାରୁ ଅଧିକ ପ୍ରଭାବ ଦେଖିବାକୁ ମିଳିବ ।

Get real time updates directly on you device, subscribe now.