fbpx

ଆକାଶ ମେଘାଚ୍ଛନ୍ନ, ସ୍ପଷ୍ଟ ଦେଖାଯାଉନି ସୂର୍ଯୋପରାଗ

ଭୁବନେଶ୍ୱର, ୨୬ା୧୨(ଓଡ଼ିଶା ଭାସ୍କର): ଆଜି ସୂର୍ଯୋ ପରାଗ ସକାଳ ୮ଟା ୧୯ରୁ ଦିନ ୧୧ଟା ୨୮ ଯାଏଁ ରହିଛି । ଏହା ମହାକାଶରେ ଦୃଶ୍ୟମାନ ମହାଜାଗତିକ ଦୃଶ୍ୟ । ଏନେଇ ପ୍ଲାନେଟୋରିୟମ ନିର୍ଦ୍ଦେଶକ ରସିତ ଖାନ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ସୂର୍ଯ୍ୟୋପରାଗ ଦେଖିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । କିନ୍ତୁ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ଥିବାରୁ ଅଳ୍ପ ସମୟ ପାଇଁ ସୂର୍ଯ୍ୟୋପରାଗ ଦେଖାଯାଇଥିଲା ।

ଏହାସହ ସେହି ସୂର୍ଯ୍ୟୋପରାଗକୁ ନେଇ ପ୍ଲାନେଟୋରିୟମ ଉପନିର୍ଦ୍ଦେଶକ ପ୍ରତିକ୍ରିୟା ରଖି କହିଛନ୍ତି ଦେଶର ଅନ୍ୟସ୍ଥାନରେ ମଧ୍ୟ ସୂର୍ଯ୍ୟୋପରାଗ ଦେଖୁଛନ୍ତି ଲୋକମାନେ । ବିଜ୍ଞାନପ୍ରେମୀମାନେ ସୂର୍ଯ୍ୟୋପରାଗ ଦେଖିବାକୁ ଆସୁଛନ୍ତି । ସକାଳ ୯ଟା ସମୟରେ କିଛି ସମୟ ପାଇଁ ଓଡ଼ିଶାରେ ସୂର୍ଯ୍ୟ ଦେଖାଯାଇଥିଲା । ସେତେବେଳେ ସୂର୍ଯ୍ୟ ପ୍ରାୟ ୧୫ ପ୍ରତିଶତ ଖଣ୍ଡିଆ ହୋଇଥିବା ଦେଖିବାକୁ ମିଳିଥିଲା । ମେଘାଚ୍ଛନ୍ନ ଯୋଗୁଁ ଓଡ଼ିଶାରେ ସୂର୍ଯ୍ୟୋପରାଗ ସ୍ପଷ୍ଟ ଦେଖାଯାଉନି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.