fbpx

ସଂସଦରେ ଐତିହାସିକ ଭୁଲକୁ ସରକାର ସୁଧାରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୨୬ା୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେହି ସମ୍ମିଳନିରେ ନାଗରିକତା ସଂଶୋଧନ ଆଇନକୁ ନେଇ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସଂସଦରେ ଐତିହାସିକ ଭୁଲକୁ ମୋଦି ସରକାର ସୁଧାରିଛନ୍ତି । ଧର୍ମ ଆଧାରରେ ଦେଶ ବିଭାଜନ ହୋଇଥିଲା । ଭାରତକୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାର ବାଟ ଫିଟିଛି ବୋଲି ସେ କହିଛନ୍ତି । ପାକିସ୍ଥାନ, ବାଙ୍ଗଲାଦେଶ ଓ ଆଫଗାନିସ୍ଥାନରୁ ବହୁ ଶରଣାର୍ଥୀ ଆସିଛନ୍ତି । ନରେନ୍ଦ୍ର ମୋଦି ସରକାର ନାଗରିକତା ସଂଶୋଧନ ଆଇନ ଆଣି ସାହସିକ ପଦକ୍ଷେପ ନେଇଛନ୍ତି । ଦେଶର ଜନତା ନାଗରିକ ସଂଶୋଧନ ଆଇନକୁ ସ୍ୱୀକାର କରିଛନ୍ତି । କିନ୍ତୁ କଂଗ୍ରେସ ଅସହିଷ୍ଣୁ ହୋଇ ଏହାକୁ ବିରୋଧ କରୁଛି । ଦେଶରେ ଅରଜାକତା ସୃଷ୍ଟି ପାଇଁ ଉଦ୍ୟମ ଚାଲିଛି । ଗଣତନ୍ତ୍ରରେ ବାଦବିବାଦରେ ସ୍ଥାନ ଅଛି କିନ୍ତୁ ସେଥିରେ ହିଂସାର ସ୍ଥାନ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।

ଏହାସହ ଓଡ଼ିଶାରେ ହିଂସାକାଣ୍ଡ ପାଇଁ ଉଦ୍ୟମ ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ସେ କହିଛନ୍ତି ଓଡ଼ିଶାରେ ଜନସମ୍ପର୍କ କାର୍ଯ୍ୟକ୍ରମ କରିବ ବିଜେପି । ରାଜ୍ୟର ତିନି କୋଟି ଲୋକଙ୍କ ପାଖକୁ ଯିବ ବିଜେପି । ନାଗରିକତା ସଂଶୋଧନ ଆଇନକୁ ନେଇ ବ୍ୟାପକ ଜନଜାଗରଣ କରାଯିବ । ଶ୍ରୀଲଙ୍କା, ଉଗାଣ୍ଡାରୁ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦିଆଯାଇଛି । ପାକିସ୍ତାନର ଅବଦାନ ସାମୀ, ତାରିକା ଫତେଙ୍କୁ ମଧ୍ୟ ନାଗରିକତା ଦିଆଯାଇଛି । ତିନି ଦେଶର ସଂଖ୍ୟାଲଘୁଙ୍କୁ ନାଗରିକତା ସଂଶୋଧନ ଆଇନରେ ଯୋଡ଼ିବାର ବ୍ୟବସ୍ଥା କରାଯିବ । ନାଗରିକତା ସଂଶୋଧନ ଆଇନକୁ ମୁସଲମାନ ବିରୋଧୀ ଭାବେ ଅପପ୍ରଚାର କରାଯାଉଛି । ଏହି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଧର୍ମେନ୍ଦ୍ର ।

Get real time updates directly on you device, subscribe now.