ESA ରିଲିଜ କଲା ସୋଲାର ଅର୍ବିଟରର ପ୍ରଥମ ଫଟୋ, ଦେଖନ୍ତୁ ଭିଡିଓ

ଇୟୁରୋପୀୟ ଅନ୍ତରୀକ୍ଷ ସଂସ୍ଥା ବା ESA ତାଙ୍କ ସୌର କାର୍ଯ୍ୟକ୍ରମର ପ୍ରଥମ ଫଟୋଚିତ୍ର ଗୁରୁବାର ଦିନ ରିଲିଜ କରିଛନ୍ତି। ସଂସ୍ଥାନ ମହାକାଶକୁ ପଠାଇଥିବା ‘ସୋଲାର ଅର୍ବିଟର’ ଅତି ନିକଟରୁ ସୂର୍ଯ୍ୟଙ୍କ ଫଟୋ ନେଇଛି। ଯେଉଁଥିରେ ସୂର୍ଯ୍ୟ ସାରା ଛୋଟଛୋଟ ଅନେକ ନିଆଁ ଜଳୁଥିବାର ଦେଖାଯାଇଛି, ଯାହାକୁ ‘କ୍ୟାମ୍ପ ଫାୟାର’ ଭାବେ ନାମିତ କରାଯାଇଛି। ଗତ ଫେବୃଆରୀ ମାସରେ ଇସା ଅନ୍ତରୀକ୍ଷକୁ ସୋଲାର ଅର୍ବିଟର ପଠାଇଥିବା ସୂଚନା ରହିଛି ।

ତେବେ ଅନ୍ତରୀକ୍ଷ ଯାନ ପ୍ରଥମ ଫଟୋ ଉତ୍ତୋଳନ କରିବା ବେଳେ ସୂର୍ଯ୍ୟଙ୍କଠାରୁ ପ୍ରାୟ ୭କୋଟି ୭୦ ଲକ୍ଷ କିଲୋମିଟର ଦୂର ଅର୍ଥାତ ପୃଥିବୀ ଓ ସୂର୍ଯ୍ୟଙ୍କ ମଧ୍ୟରେ ଦୂରତାର ଅଧାରେ ଥିଲା। ଆସନ୍ତୁ ଦେଖିବା ତାର କିଛିଟା ଝଲକ..