fbpx

Mentally Strong ଲୋକମାନଙ୍କ ପାଖରେ ଥାଏ ଏହିସବୁ ଅଭ୍ୟାସ: ଏବେ ହିଁ ବଦଳାନ୍ତୁ ନିଜକୁ

AAKASH

ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ‘ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ’ । ଏହି ପରିବର୍ତ୍ତନ ଆମ ଜୀବନରେ ପ୍ରତିଟି ମୁହୂର୍ତ୍ତରେ ଆସିଥାଏ । କିନ୍ତୁ ଅନେକ ସମୟରେ ଆମେ ଏହାକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନଥାଉ । ଏମିତିକି କିଛି ଲୋକ ଏହି ପରିବର୍ତ୍ତନକୁ ଭୟ କରିଥାନ୍ତି । କିନ୍ତୁ ଯେଉଁମାନେ ଏହି ପରିବର୍ତ୍ତନକୁ ସ୍ୱୀକାର କରିଥାନ୍ତି ଏବଂ ପରିସ୍ଥିତି ଅନୁସାରେ ନିଜକୁ ବି ପରିବର୍ତ୍ତନ କରିପାରନ୍ତି, ଏମାନଙ୍କୁ ମାନସିକ ସ୍ତରରେ ଖୁବ ଶକ୍ତିଶାଳୀ ବା ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ଏଭଳି ଲୋକମାନଙ୍କର କିଛି ସ୍ୱାଭାବିକ ଅଭ୍ୟାସ ।

ପରିସ୍ଥିତିକୁ ସ୍ୱୀକାର କରିବା: ମାନସିକ ସ୍ତରରେ ଶକ୍ତିଶାଳୀ ଥିବା ଲୋକମାନେ ସହଜରେ ପରିସ୍ଥିତିକୁ ସ୍ୱୀକାର କରି ନେଇଥାନ୍ତି । ଏହାବ୍ୟତୀତ ନିଜକୁ ଏହା ଅନୁସାରେ ପରିବର୍ତ୍ତନ କରି ନୂଆ ଜୀବନ ଆରମ୍ଭ କରିଥାନ୍ତି । ତେଣୁ ଏମାନଙ୍କ ପାଇଁ ପ୍ରତିଟି ସକାଳ ନୂଆ ସକାଳ ହୋଇଥାଏ ।

ପରିବର୍ତ୍ତନକୁ ନେଇ ବ୍ୟଥିତ ହୁଅନ୍ତି ନାହିଁ: ଯେଉଁମାନେ ପରିବର୍ତ୍ତନକୁ ସ୍ୱୀକାର କରି ନିଅନ୍ତି, ସେମାନେ ହିଁ ରିସ୍କ ନେଇ ପାରନ୍ତି । କିନ୍ତୁ ଯଦି ଆପଣ କିଛି ପରିବର୍ତ୍ତନକୁ ନେଇ ଭୟ କରନ୍ତି ଏବଂ କୌଣସି କାମ କରିବା ପୂର୍ବରୁ ପରିବର୍ତ୍ତନକୁ ଡରି ଅଟକି ଯାଆନ୍ତି, ତେବେ ଆପଣଙ୍କ ଜୀବନର ଗତିପଥ ମଧ୍ୟ ଅଟକି ଯାଇଥାଏ । ଏହି ପରିବର୍ତ୍ତନକୁ ଡରୁ ନଥିବା ବ୍ୟକ୍ତି ହିଁ ପ୍ରକୃତରେ ମେଣ୍ଟାଲି ଷ୍ଟ୍ରଙ୍ଗ ହୋଇଥାଏ ।

ନିୟନ୍ତ୍ରଣ କରି ନପାରି ଚିନ୍ତିତ ନ ହେବା: ଏହା ସତ କୌଣସି ବ୍ୟକ୍ତି ଦୁନିଆର ସବୁ କିଛି ନିୟନ୍ତ୍ରଣରେ ରଖି ପାରିବ ନାହିଁ । କିନ୍ତୁ ଜୀବନକୁ ଭଲଭାବରେ ଚଳାଇବା ପାଇଁ କିଛିଟା ଜିନିଷ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ । ତେବେ ମେଣ୍ଟାଲି ଷ୍ଟ୍ରଙ୍ଗ ଲୋକମାନେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବା ପରିସ୍ଥିତିରେ ମଧ୍ୟ ଭୟ କରନ୍ତି ନାହିଁ ।

ଇମେଜର ଚିନ୍ତା ନକରିବା: ଲୋକ କିଛି କହିବେ । କିନ୍ତୁ ଯିଏ ଯାହା ବି କହୁ ମାନସିକ ସ୍ତରରେ ଷ୍ଟ୍ରଙ୍ଗ ଲୋକମାନେ ଏହି କଥାର ଚିନ୍ତା କରନ୍ତି ନାହିଁ । କିଏ ସେମାନଙ୍କ ବିଷୟରେ କ’ଣ କହିବ? ଏହା ବଦଳରେ ସେ ସମ୍ପୂର୍ଣ୍ଣ ଭାବରେ ନିଜ ଜୀବନ ଉପରେ ଫୋକସ କରିଥାନ୍ତି ।

ଅତୀତକୁ ଭୁଲିଯିବା: ମାନସିକ ସ୍ତରରେ ଶକ୍ତିଶାଳୀ ଲୋକ ବିତି ଯାଇଥିବା ଘଟଣା ବିଷୟରେ ଚିନ୍ତା କରନ୍ତି ନାହିଁ । ଖରାପ ପରିସ୍ଥିତିରୁ ଶିକ୍ଷାଲାଭ କରିବା ସହ ଭଲ ପରିସ୍ଥିତିରୁ ସେମାନେ ମୋଟିଭେଟ ହୋଇଥାନ୍ତି । ଏଭଳି ଲୋକମାନଙ୍କ ଭବିଷ୍ୟତ ବିଷୟରେ ଅଦିକ ଚିନ୍ତା କରିଥାନ୍ତି । ପୂର୍ବ ଘଟଣା କିମ୍ବା ପୂର୍ବ କଥା ଏମାନଙ୍କ ଉପରେ ପିଶେଷ ପ୍ରଭାବ ପକାଇନଥାଏ ।

Get real time updates directly on you device, subscribe now.