fbpx
BSKY
BJD YOUTH SKY
BJD MS SKY

ନୂଆ ଟେକ୍ନୋଲୋଜୀ: ଯଦି ଚଲାଉଛନ୍ତି ଅଧିକ ସ୍ପିଡରେ କାର୍, ମନକୁ ମନ କମ୍ ହୋଇଯିବ slow

ନୂଆଦିଲ୍ଲୀ: ରାସ୍ତାରେ ଦ୍ରୃତ ଗତିରେ ଯାଉଥିବା ଗାଡ଼ିକୁ କାବୁ କରିବା ପାଇଁ ନୂଆ ଟେକ୍ନୋଲୋଜୀ ଆସୁଛି । ଏହି ଟେକ୍ନୋଲୋଜୀ ଦ୍ୱାରା କୌଣସି ଗାଡ଼ି ନିର୍ଦ୍ଧାରିତ ସ୍ପିଡ ଲିମିଟରୁ ଅଧିକରେ ଯାଇପାରିବ  ନାହିଁ । କାରଣ ଏହି ଟେକ୍ନୋଲୋଜୀ ସ୍ପିଡ ଲିମିଟ୍ (speed limit) କ୍ରସ୍ ହେଲାମାତ୍ରେ ଏହା ଡ୍ରାଇଭରକୁ ସତର୍କ କରାଇବ ଏବଂ ଯଦି ଡ୍ରାଇଭର ଗାଡ଼ି ସ୍ଲୋ କରୁନାହାଁନ୍ତି ତେବେ ଏହା ଅଟୋମେଟିକ୍ ଗାଡ଼ିର ବେଗକୁ କମ୍ କରିଦେବ ।

ଅନେକ ରାସ୍ତା ଏବଂ ହାଇୱେରେ ଆପଣଙ୍କୁ ସ୍ପିଡ ଲିମିଟ୍ ବୋର୍ଡ ନିଶ୍ଚୟ ଦେଖିବାକୁ ମିଳିଥାଏ, ଯେଉଁଥିରେ ସେହି ରାସ୍ତାରେ ହାରହାରି କେତେ ସ୍ପିଡରେ ଯାଇପାରିବେ ତାହ ଲେଖାଯାଇଥାଏ । କିନ୍ତୁ କିଛି ଗାଡ଼ି ଏହାକୁ ମାନି ନଥାନ୍ତି । ଏମିତିକି କିଛି ଗାଡ଼ିରେ ସ୍ପଡ ଲିମିଟର speed limiter (ଯାହା ଗାଡ଼ିକୁ ନିର୍ଦ୍ଧାରିତ ସ୍ପିଡରୁ ଅଧିକ ବେଗରେ ଗାଡ଼ି ଡ୍ରାଇଭ କରିବାକୁ ଦେଇନଥାଏ) ଲାଗିଥିଲେ ବି ସେମାନେ ଏହି ନିୟମକୁ ଭାଙ୍ଗିଥାନ୍ତି । କିନ୍ତୁ ଏବେ ଏହି ନୂଆ ଟେକ୍ନୋଲୋଜୀ ଦ୍ୱାରା ସ୍ପିଡ ଲିମିଟର ଅଟୋମେଟିକ୍ ଭାବରେ ଗାଡ଼ିର ବେଗକୁ ଧାର୍ଯ୍ୟ ବେଗରୁ ଅଧିକ ଯାଉଥିଲେ ସ୍ଲୋ କରିଦେବ । ଅର୍ଥାତ୍ ଏହା ନିଜେ ଗାଡ଼ିର ସ୍ପିଡକୁ କମ୍ କରିଦେବ ।

ଏହି ଟେକ୍ନୋଲୋଜି ନ୍ୟୁୟର୍କରେ  ପରୀକ୍ଷଣ ହେଉଛି । ୬ ମାସର ପାଇଲଟ ପ୍ରୋଜେକ୍ଟରେ ଏହା ୫୦ ଗାଡ଼ି ଉପରେ ହୋଇଥିବା ପରୀକ୍ଷଣରେ ଏହା ଦେଖାଯାଇଥିଲା ଯେ ଗାଡ଼ିରେ ଲଗାଯାଇଥିବା ନୂତନ ଇଣ୍ଟେଲିଜେଣ୍ଟ ସ୍ପିଡ ଆସିଷ୍ଟାଣ୍ଟ (ISA) ଗାଡ଼ିର ସ୍ପିଡକୁ ନିର୍ଦ୍ଧାରିତ ସ୍ପିଡରୁ ଅଧିକ ଯିବାକୁ ଦେଉନଥିଲା । ଏବେବି ଏହାର ଟେଷ୍ଟିଂ ସଫଳ ହେଲେ ଏହା ଅନ୍ୟ ଗାଡ଼ିରେ ଲଗାଯିବ । ତେବେ ଏହି ଟେକ୍ନୋଲୋଜୀ ଟ୍ରାଫିକ୍ ସିଗ୍ନାଲ ରିକଗନିସନ କ୍ୟାମେରା କିମ୍ବା କାର୍ ଲିଙ୍କ ଜିପିଏସ ମ୍ୟାପ୍ ର ବ୍ୟବହାର କରିଥାଏ, ଯାହାଦ୍ୱାରା କାର୍ ର ସ୍ପିଡ ଜଣାପଡ଼ିବ ଏବଂ ଏହା ଡ୍ରାଇଭରକୁ ଆଲର୍ଟ କରିବ ।

Get real time updates directly on you device, subscribe now.