fbpx

ଲତାଙ୍କୁ ମାରିବାକୁ ଚାହୁଁଥିଲେ କି ଏମାନେ, ସେଥିପାଇଁ ଖାଇବାରେ ଦେଇଥିଲେ ବିଷ: ଜାଣନ୍ତୁ କିଏ ସେମାନେ

ନୂଆଦିଲ୍ଲୀ: ସବୁଦିନ ପାଇଁ ଲିଭିଯାଇଛି ମାଆ ସରସ୍ୱତୀଙ୍କ ସୁରକନ୍ୟା ଲତା ମଙ୍ଗେସକରଙ୍କ ଜୀବନର ଦୀପ । ଯେତେ ଝୁରିଲେ ବି ଆମ ଗହଣକୁ ଆଉ ଫେରିବେନି ସମସ୍ତଙ୍କର ପ୍ରିୟ ସୁର ସାମ୍ରାଜ୍ଞୀ । ତେବେ ଲତା ବିୟୋଗରେ ଆଜି ତାଙ୍କର ପ୍ରଶଂସକମାନେ ତାଙ୍କର ସମସ୍ତ ସ୍ମୃତିକୁ ପାଗଳ ପରି ଖୋଜିବାରେ ଲାଗିଛନ୍ତି । ସ୍ୱରକନ୍ୟା ଲତା ମାଆ ପରି ପବିତ୍ର ହୋଇଥିଲେ ହେଁ ତାଙ୍କୁ ମଧ୍ୟ ହତ୍ୟା କରିବାର ଯୋଜନା କରାଯାଇଥିଲା । ତାଙ୍କର ଅଗୋଚରରେ ତାଙ୍କର ଖାଇବାରେ ବିଷୟ ମିଶାଇ ଦିଆଯାଇଥିଲା ।

୧୯୬୩ ମସିହାର କଥା, ଲତାଙ୍କୁ ୩୩ ବର୍ଷ ବୟସ ହୋଇଥିବା ବେଳେ ଦିନେ ସକାଳୁ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କର ପେଟରେ ଭୀଷଣ ଯନ୍ତ୍ରଣା ହେବା ସହ ବାନ୍ତିରେ ସବୁଜ ରଙ୍ଗର କିଛି ପଦାର୍ଥ ବାହାରି ଆସିଥିଲା । ପରେ ଡାକ୍ତର ତାଙ୍କର ପରୀକ୍ଷା ନିରୀକ୍ଷା ପରେ ଯେଉଁ ତଥ୍ୟ ଦେଇଥିଲେ ତାହା ସଭିଙ୍କୁ ତାଜୁବ କରିଦେଇଥିଲା । ଲତାଙ୍କୁ ସ୍ଲୋ ପଏଜନ୍ ଦିଆଯାଇଥିବା ଡାକ୍ତର କହିଥିଲେ । ତେବେ ଏହି ଘଟଣାଟିକୁ ନେଇ ସେ ସମୟରେ ବହୁ ଚର୍ଚ୍ଚା ହୋଇଥିଲେ ହେଁ ଏହା ପଛର ପ୍ରକୃତ କାର୍ପଟଦାର କିଏ ଥିଲା ତାହା ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ରହିଯାଇଛି ।

ଏହି ବିଷୟର ପରିଣତି ଏତେ ଭୟଙ୍କର ଥିଲା ଯେ, ପରବର୍ତ୍ତୀ ୩-୪ ମାସ ପର୍ଯ୍ୟନ୍ତ ଲତା ଅସୁସ୍ଥ ହେବା ସହ ଗୀତ ଗାଇ ପାରିନଥିଲେ । ତେବେ କିଏ ସେ, ଯେ କି ମାଆ ଲତାଙ୍କୁ ବିଷ ଦେବାର ସାହସ କରିଥିଲା? କୁହାଯାଏ, ଏହି ଘଟଣା ପରେ ଲତାଙ୍କ ଘରର ରୋଷେୟା ଘରୁ ଅଚାନକ ଫେରାର ହୋଇଯାଇଥିଲେ । ଏପରିକି ଉକ୍ତ ବ୍ୟକ୍ତି ଜଣଙ୍କ ନିଜର ଦରମା ନେବାକୁ ମଧ୍ୟ ଆସିନଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଉକ୍ତ ରୋଷେୟା କ’ଣ ସତରେ ଲତାଙ୍କୁ ଖାଇବାରେ ବିଷ ଦେଇଥିଲେ ନା ଏହା ପଛରେ ଆଉ କେଉଁ ବାହ୍ୟ ବ୍ୟକ୍ତିଙ୍କର ଷଡ଼ଯନ୍ତ୍ର ଥିଲା?

Get real time updates directly on you device, subscribe now.