fbpx

ରାସନ ପାଇଁ ମା’-ବାପାକୁ ବାଡ଼ିରେ ପିଟିଲା, ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଲା ପୁଅ, ଥାନାରେ ପହଞ୍ଚିଲା ମାମଲା

AAKASH

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌): ଜିଲ୍ଲା ଯୋରନ୍ଦା ଥାନା ଅନ୍ତର୍ଗତ କରମୂଳସ୍ଥିତ ସାନ୍ତରାପୁର ରାଜସ୍ୱ ଗ୍ରାମରେ ରାସନ ସାମଗ୍ରୀକୁ ୫ମାସ ଧରି ଜବରଦସ୍ତ ନେଇଆସି ଚଳୁଥିବାବେଳେ ପ୍ରତିବାଦ କରିବାରୁ ମା’ବାପାଙ୍କୁ ନିସ୍ତୁକ ମାଡ ମାରିବା ଘଟଣାକୁ ନେଇ ମା’ ରମା ସାହୁ ସାନପୁଅ ସମୀର ସାହୁଙ୍କ ନାମରେ ଅଭିଯୋଗ ।

ଖବରରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ବାସୀନ୍ଦା ସ୍ୱାମୀ କୃଷ୍ଣ ସାହୁ ସ୍ତ୍ରୀ ରମା ସାହୁଙ୍କ ତିନିୁଅ ଭିତରୁ ପାରିବାରିକ ଗଣ୍ଡଗୋଳ ଅଶାନ୍ତି ଯୋଗୁଁ ଦୀର୍ଘମାସ ହେବ ବଡପୁଅ ଓ ମଝିଆପୁଙ୍କ ସହିତ ଚଳି ଆସୁଥିଲୋ ସାନପୁଅ ସମୀର ସାହୁ ଅଲଗା ରହି ନଜି ପରିବାର ପ୍ରତିପୋଷଣ କରିବା ଲାଗି ୫ମାସ ଧରି ରାସନ ସାମଗ୍ରୀ ଜବରଦସ୍ତ ନେଇ ଆସି ଚଳୁଥିଲେ । ଉକ୍ତ କାର୍ଡରେ ରମାଦେବୀଙ୍କ ସହ ମଝିଆପୁଅ ଓ ସାନପୁଅର ନାମ ଥିବାବେଳେ ରାସନ ସାମଗ୍ରୀକୁ ସମୀର କାହାକୁ ଦେଉନଥିବା ଘଟଣା ରମାଦେବୀ ଗଁଦିଆ ଏମ୍‌.ଆଇଙ୍କୁ ଜଣାଇବାରୁ ତାଙ୍କ ନିର୍ଦ୍ଦେଶ କ୍ରମେ ଡିଲର୍‌ ସୁଧାକୁ ଫୋନ୍‌ ମାଧ୍ୟମରେ ରମାଦେବୀଙ୍କୁ ରାସନ ସାମଗ୍ରୀ ଦୁଇମାସର ୩୦ କେ.ଜି ଯୋଗାଇଦିଆଯିବାକୁ କହିଥିଲେ । ସମୀର ନାମରେ ଅବଶିଷ୍ଟ ୧୦କେଜି ରାସନ୍‌ ସାମଗ୍ରୀକୁ ସମୀର୍‌କୁ ହସ୍ତାନ୍ତ କରିବା ପାଇଁ କହିଥିଲୋ ଏଣୁ ରମାଦେବୀ ୩୦କେ.ଜି ରାସନ ସାମଗ୍ରୀ ଧରି ଘରକୁ ଆସିଥିବାବେଳେ ସମୀର୍‌ଙ୍କ ବାବଦରେ ଥିବା ରାସନ୍‌କୁ ନିଜେ ସେ ଆଣିନଥିବା ଘଟଣା ଜଣାପଡିଛି । ଏହି କଥାରେ ଉତ୍‌କ୍ଷୀପ୍ତ ହୋଇ ସମୀର ସାହୁ ବାପା ମା’କୁ ଏକ ବାଡିରେ ହାତଗୋଡକୁ ଶକ୍ତ ଆଘାତ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ଚାପୁଡା ମାରିଥିବା ଘଟଣା ଏବଂ ଏହି ଘଟଣାକୁ ଥାନାରେ ଜଣେଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଭୟରେ ମା’ରମାଦେବୀ ଏବଂ ବାପା କୃଷ୍ଣ ସାହୁ ସମୀରଙ୍କର ବାରମ୍ବାର ଦୁର୍ଦାନ୍ତ ରୂପକୁ ନେଇ ଭୟଭୀତ ହୋଇ ଯୋରନ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.