fbpx
BSKY SKY
BSKY SKY

ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା: ସକାଳ ୬ଟାରୁ ରାତି ୮ ପର୍ଯ୍ୟନ୍ତ ଖୋଲିବ ଦୋକାନ ବଜାର, ଡବଲ୍‌ ଡୋଜ୍‌ ଟିକା ନେଇଥିଲେ ଯାଇପାରିବେ ମଲ୍‌, ହଲ୍‌, ରେସ୍ତୋରା

ନୂଆ ଗାଇଡଲାଇନ୍‌ ସେପ୍ଟେମ୍ବର ୧ ସକାଳ ୬ ଯାଏଁ ବଳବତ୍ତର

BSKY

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ୍‌ ଆଣିଛନ୍ତି ରାଜ୍ୟ ସରକାର । ଏହି ଗାଇଡ୍‌ଲାଇନ୍‌ ଅଗଷ୍ଟ ୧ ତାରିଖ ଅର୍ଥାତ ରବିବାର ସକାଳ ୬ଟାଠାରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ନୂଆ ଗାଇଡ୍‌ଲାଇନ୍‌ରେ ଅନେକ କ୍ଷେତ୍ରରେ କରୋନା କଟକଣାକୁ କୋହଳ କରାଯାଇଥିବା ବେଳେ ଜୀବନ ଜୀବିକାକୁ ଗୁରୁତ୍ୱ ଦିଆଯାଇଛି । ପ୍ରତିଦିନ ସକାଳ ୬ଟାରୁ ରାତି ୮ଟା ଯାଏଁ ସାରା ରାଜ୍ୟରେ ଦୋକାନ, ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । କେବଳ ଭୁବନେଶ୍ୱର, କଟକ ଓ ପୁରୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିବ । କାରଣ କେବଳ ଭୁବନେଶ୍ୱର, କଟକ ଓ ପୁରୀ ସହରରେ ପୂର୍ବଭଳି ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଥିବାରୁ ଏଠାରେ ଶନିବାର ଓ ରବିବାର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସେହିପରି ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏଁ ସାରା ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଜାରି ରହିବବୋଲି ଶନିବାର ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ।

ସେ କହିଛନ୍ତି ଯେ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ କେସ୍‌ ରହିଥିଲେ ମଧ୍ୟ ତାହା ଉଦ୍‌ବେଗଜନକ ନୁହେଁ । ଜୀବନ- ଜୀବିକା ସମନ୍ୱୟ ପାଇଁ ଧୀରେ ଧୀରେ ଅନଲକ୍‌ ହେଉଛି । ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା ଏସ୍‌ଆର୍‌ସି କହିଛନ୍ତି । ରେଷ୍ଟୁରାଣ୍ଟ, ଢାବା ଓ ବାର୍‌କୁ ୫୦% କ୍ଷମତାରେ ଖୋଲିବାକୁ ଅନୁମତି ଦିଆଯାଇଛି । ସିନେମା ହଲ୍‌ ମଧ୍ୟ କ୍ଷମତାର ୫୦% ଦର୍ଶକଙ୍କୁ ନେଇ ଖୋଲାଯାଇ ପାରିବ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ୍‌ ଖୋଲିହେବ । ସିନେମା ହଲ୍‌, ମଲ୍‌, ଢ଼ାବା ଓ ରେଷ୍ଟୁରାଣ୍ଟ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକାର ଉଭୟ ଡୋଜ୍‌ ସାର୍ଟିଫିକେଟ୍‌ ବାଧ୍ୟତାମୂଳକ ବୋଲି ସୂଚନା ଦିଆଯାଇଛି ।ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ କରାଯାଇପାରିବନି ବୋଲି କୁହାଯାଇଛି ।

ସେହିପରି ପ୍ରଦର୍ଶନୀ, ବାଣିଜ୍ୟକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । କିନ୍ତୁ ପର୍ଯ୍ୟଟକଙ୍କୁ କରୋନା ଗାଇଡଲାଇନ ମାନିବାକୁ ପଡ଼ିବ । ସେହିପରି ରାଜ୍ୟ ଭିତରେ ବସ୍‌ ସେବା ଚାଲୁ ରହିବ । ସିଟିଂ କାପାସିଟିରେ ଯାତ୍ରୀ ଯାତାୟତ କରିବେ । ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳ ଓ ମ୍ୟୁନିସିାଲ୍‌ କମିଶନରମାନେ ନିଷ୍ପତ୍ତି ନେଇପାରିବେ । ତେବେ ମନ୍ଦିରକୁ ଯାଉଥିବା ଭକ୍ତ ଓ ଶ୍ରଦ୍ଧାଳୁ ପ୍ରସାଦ ଓ ଭୋଗଲାଗି କରାଇପାରିବେ ନାହିଁ । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ସମ୍ପୃକ୍ତ ମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବେ ।ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ । ନନ୍ଦନକାନନ, ଇଣ୍ଡୋର୍‌, ୱାର୍ଟର ପାର୍କ ଆଦି ଖୋଲା ଯାଇପାରିବ ବୋଲି ଘୋଷଣା କରାଯାଇଛି । ଯାତ୍ରା, ଅପେରା ଓ ମୁକ୍ତାକାଶ ରଙ୍ଗମଞ୍ଚକୁ ଅନୁମତି ଦିଆଯାଇଥିବା ବେଳେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଏଗୁଡ଼ିକ ଚାଲିାରିବ । ଏହାସହ କରୋନା ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନକୁ ଗୁରୁତ୍ୱ ଦିଆଯାଇଛି । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ ବୋଲି ଏସ୍‌ଆର୍‌ସି ଘୋଷଣା କରିଛନ୍ତି ।

ଏଣିକି ରାସ୍ତା କଡ଼ ଦୋକାନରେ ଖାଇ ପାରିବେ ଲୋକେ । ରାଜ୍ୟରେ ସାପ୍ତାହିକ ହାଟ ଖୋଲିବାକୁ ଅନୁମତି ମିଳିଛି । ତାଲିମ ଓ ପରୀକ୍ଷା କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି । ଅଗଷ୍ଟ ମାସରେ ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ହୋଇପାରିବ ନାହିଁ । ପୂର୍ବରୁ ଥିବା ‘ଏ’ କାଟାଗୋରୀ ଓ ‘ବି’ କାଟାଗୋରୀ ଜିଲ୍ଲା ହଟାଇ ଦିଆଯାଇଛି । ଅଟୋ, ଟ୍ୟାକ୍ସି ଆଦିରେ ନିଦ୍ଦିଷ୍ଟ ସିଟ୍‌ ଅନୁସାରେ ପରହିବହନ ହୋଇପାରିବ । ଜିଲ୍ଲା ମାଜିଷ୍ଟେଟ୍‌, ପୌର କମିଶନରମାନେ ସ୍ଥାନୀୟ କୋଭିଡ୍‌ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ୍‌ ନିୟମ କଟକଣା ସହ ମନ୍ଦିର, ଧାର୍ମିକ ସ୍ଥଳ ଓ ପୂଜା ସ୍ଥାନ ଆଦିକୁ ଭକ୍ତଙ୍କ ପ୍ରବେଶ ବିଷୟରେ ନିଷ୍ପତ୍ତି ନେଇପାରିବେ । ଯାତ୍ରା, ଥିଏଟର, ଅପେରା ଓ ମୁକ୍ତକାଶ ରଙ୍ଗମଞ୍ଚ ଆଦିରେ ଦର୍ଶକମାନେ ପରସ୍ପରଠାରୁ ୬ ଫୁଟର ବ୍ୟବଧାନ ରଖିବେ ଏବଂ ସମସ୍ତ କୋଭିଡ୍‌ ନିୟମ ପାଳନ କରିବେ ।

ବିବାହ ଓ ବ୍ରତୋପନୟନ କାର୍ଯ୍ୟ ୨୫ ଜଣ ଏବଂ ଅନ୍ତେଷ୍ଟ୍ରି କ୍ରିୟା ୨୦ ଜଣ ବ୍ୟକ୍ତିଙ୍କୁ ଅନୁଷ୍ଠିତ ହୋଇପାରିବ । ତେବେ ଏ ସବୁ ସ୍ଥାନରେ ଭୋଜିଭାତ ହୋଇ ପାରିବ ନାହିଁ । ଆୟୋଜକ ଚାହିଁଲେ ଅତିଥିମାନଙ୍କୁ ଖାଦ୍ୟ ପ୍ୟାକେଟ୍‌ ପାର୍ଶଲ ଦେଇପାରିବେ । ସମସ୍ତ ସରକାରୀ ଓ ବ୍ୟବସାୟିକ ସଭାରେ ଅତି ବେଶିରେ ୧୦୦ ଜଣ ଏବଂ ଶିଳାନ୍ୟାସ ଓ ଉଦ୍‌ଘାଟନ ଆଦି କାର୍ଯ୍ୟକ୍ରମରେ ୩୦ ଜଣ ବ୍ୟକ୍ତି କୋଭିଡ୍‌ ନିୟମର ପୂର୍ଣ୍ଣ ଅନୁାଳନ ସହ ଅଂଶଗ୍ରହଣ କରିାରିବେ । ସମସ୍ତ ଶିକ୍ଷନୁଷ୍ଠାନ, କୋଚିଂ ସେଣ୍ଟର ଆଦି ସମ୍ପୃକ୍ତ ପ୍ରଶାସନିକ ବିଭାଗଙ୍କର ଗାଇଡ୍‌ଲାଇନ୍‌ ଅନୁସାରେ ଚାଲିାରିବ । ସରକାରୀ ଏବଂ ଘରୋଇ ସଂସ୍ଥାମାନେ ମଧ୍ୟ କୋଭିଡ୍‌ ନିୟମ ଅନୁାଳନ ସହ ତାଲିମ ଏବଂ ଦକ୍ଷତା ଅଭିବୃଦ୍ଧି ଆଦି କାର୍ଯ୍ୟକ୍ରମ ଆୟୋଜନ କରିପାରିବେ ।

ପର୍ଯ୍ୟଟନ ସ୍ଥାନ, ସଂଗ୍ରହାଳୟ, ପତ୍ନତାତ୍ୱିକ ସ୍ଥାନ, ଇନଡୋର, ଆମୋଦ କେନ୍ଦ୍ର, ଆମୋଦ-ପ୍ରମୋଦ ପାର୍କ, ୱାଟର ପାର୍କ, ଚିଡ଼ିଆଖାନା, ମୀନାବଜାର, ମାରି-ଗୋରାଉଣ୍ଡ ଦୋଳି, ସୁଇମିଂ ପୁଲ୍‌ ଆଦି କୋଭିଡ୍‌ ନିୟମ କଟକଣା ସହ ଖୋଲାଯାଇ ପାରିବ । ୨ ଚକିଆ ଓ ୪ ଚକିଆ ଯାନ, ଅଟୋ ରିକ୍ସା, ଓଲା, ଉବେର ଆଦି ଯାନମାନେ ନିର୍ଦ୍ଧାରିତ ସିଟ୍‌ ଅନୁସାରେ ଯାତ୍ରୀ ନେବା ଆଣିବା କରିାରିବେ । କଟକଣାକୁ ଅନେକ ମାତ୍ରାରେ କୋହଳ କରାଯାଇଥିବା ବେଳେ ଟୀକାକରଣକୁ ଗୁରୁତ୍ୱ ଦିଆଯାଇଛି । ରାତ୍ରିକାଳୀନ କର୍ଫୁ ଏବଂ ସପ୍ତାହାନ୍ତ ଲକ୍‌ଡାଉନ୍‌ ସମୟରେ ପୂର୍ବପରି କଟକଣା ଜାରି ରହିବ । ତେବେ ଏ ସମୟରେ ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ସେବା କୋଭିଡ୍‌ ପରୀକ୍ଷା ଓ ଟିକାକରଣ ଆଦି କାର୍ଯ୍ୟ ଚାଲୁ ରହିବ ।

ବିଜୁଳି, ବିମାନବନ୍ଦର, ପରିବହନ ଏବଂ ଜରୁରୀକାଳୀନ ସେବାରେ ନିୟୋଜିତ ବ୍ୟକ୍ତିମାନେ ନିଜର ପରିଚୟପତ୍ର ଦେଖାଇ ଯାତାୟତ କରିାରିବେ । ବିମାନବନ୍ଦର, ରେଳଷ୍ଟେସନ ଏବଂ ବସ୍‌ଷ୍ଟାଣ୍ଡରୁ ଅଟୋ ରିକ୍ସା ବା କ୍ୟାବ ଚାଳକମାନେ ଯାତ୍ରୀ ନେବା ଆଣିବା କରିାରିବେ । କର୍ଫ୍ୟୁ ସମୟରେ ଯିବା ଆସିବା କରୁଥିବା ବ୍ୟକ୍ତିମାନେ ଯାତ୍ରା ସମ୍ବନ୍ଧିତ ଟିକେଟ୍‌, ଦସ୍ତାବିଜ ଏବଂ ନିଜର ପରିଚୟପତ୍ର ଦେଖାଇ ଯାଇପାରିବେ । ୬୫ ବର୍ଷରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ବିଶେଷ, ଏକାଧିକ ରୋଗରେ ପିଡୀତ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍‌ ଶିଶୁ ନିଜ ନିଜର ସୁରକ୍ଷା ପାଇଁ ବାହାରେ ବୁଲାବୁଲି ନକରି ଘର ମଧ୍ୟରେ ରହିବା ପାଇଁ ଶ୍ରୀ ଜେନା ଅନୁରୋଧ କରିଛନ୍ତି ।

ସମସ୍ତ ସ୍ଥାନରେ ଓ ଯାତ୍ରୀପରିବହନରେ କୋଭିଡ୍‌ ନିୟମ ଅନୁାଳନ ବାଧ୍ୟତାମୂଳକ ହେବ । ଅବମାନନାକାରୀଙ୍କ ବିରୁଦ୍ଧରେ ବି ର୍ଯ୍ୟୟ ପରିଚାଳନା ଆଇନ୍‌-୨୦୦୫ କୋଭିଡ୍‌ ନିୟନ୍ତ୍ରଣ ନିୟମ-୨୦୨୦ ଏବଂ ଭାରତୀୟ ପିଙ୍ଗଳ କୋର୍ଡ ଅନୁସାରେ ସମ୍ପୃକ୍ତ କର୍ତ୍ତୁ କ୍ଷମାନେ କଡ଼ା କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରୀ ଜେନା ଅମାନିଆଙ୍କୁ ସତର୍କ କରାଇ ଦେଇଛନ୍ତି । କରୋନା ସ୍ଥିତି ପରିଚାଳନାରେ ଗ୍ରାମ ପଞ୍ଚାୟତମାନଙ୍କର ଅତି ଗରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ଜେନା କହିଥିଲେ । ନିଜ ଅଞ୍ଚଳରେ କରୋନା-ପ୍ରତିରୋଧ ଜୀବନଧାରା ବିଷୟରେ ସଚେତନା ସୃଷ୍ଟି, ବାହାରୁ ଆସୁଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ, ସଂକ୍ରମଣ ସର୍ବେକ୍ଷଣ, ଘରୋଇ ପୃଥକବାସରେ ରହିଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଦୃଷ୍ଟି, ଆବଶ୍ୟକ ସ୍ଥଳେ ଡାକ୍ତରଖାନାକୁ ସ୍ଥାନାନ୍ତରକରଣ, କର୍ତ୍ତୁକ୍ଷଙ୍କୁ କୋଭିଡ୍‌ ନିୟମ ଉଲଙ୍ଘନ ସମ୍ବନ୍ଧିତ ସୂଚନା ପ୍ରଦାନ ଆଦି ବିଷୟରେ ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ୱାର୍ଡ଼ ମେମ୍ବରମାନଙ୍କ ସକ୍ରିୟ ସହାୟତା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ଜେନା କହିଛନ୍ତି ।

କରୋନା ପରୀକ୍ଷା, ଟ୍ରାକିଂ, ଚିକିତ୍ସା, ଟିକାକରଣ ଏବଂ କୋଭିଡ଼୍‌ ନିୟମ ଅନୁ ।ଳନ ଆଦି ୫- ସୁତ୍ରୀ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ ଓ ସଂଘନ କରାଯିବ ବୋଲି ମଧ୍ୟ କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଏବଂ ସଟଡାଉନ୍‌ ନିୟମ ଅନୁପାଳନରେ ସହଯୋଗ କରିଥିବାରୁ ଶ୍ରୀ ଜେନା ଜନସାଧାରଣ, ଜନ ପ୍ରତିନିଧି, କରୋନା ଯୋଦ୍ଧା ଏବଂ ଆଗ ଧାଡ଼ିର ସେବା ଯୋଗାଣକାରୀ ଅଧିକାରୀ ଓ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ସହଯୋଗ ଓ ଅନୁପାଳନ ଜାରି ରଖିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.