fbpx

ଟ୍ୱିଟ୍ଟରରେ ନାଁ ବଦଳାଇଲେ ସାମନ୍ଥା; ଜାଣନ୍ତୁ କଣ ରହିଛି କାରଣ

ମୁମ୍ବାଇ: ଲୋକପ୍ରିୟ ସାଉଥ୍ ଅଭିନେତ୍ରୀ ସାମନ୍ଥା ଅକ୍କିନେନୀ ପୁଣି ଥରେ ଚର୍ଚ୍ଚାରେ । ଦ ଫ୍ୟାମିଲି ମ୍ୟାନ-୨ର ରାଜି ଚରିତ୍ର ପାଇଁ ସର୍ବଭାରତୀୟ ସ୍ତରରେ ଦର୍ଶକୀୟ ଆଦୃତି ହାସଲ କରିଥିବା ସାମନ୍ଥା ନିଜ ଟ୍ୱିଟ୍ଟର ବାୟୋ ପାଇଁ ଚର୍ଚ୍ଚାରେ ରହିଛନ୍ତି । ୨୦୧୭ରେ ସାମନ୍ଥା ଓ ନାଗା ଚୈତନ୍ୟଙ୍କୁ ବିବାହ କରିବା ପରେ ନିଜର ଟ୍ୱିଟ୍ଟର ନାମ ସାମନ୍ଥା ଅକ୍କିନେନୀ ରଖିଥିଲେ ।

ସାମନ୍ଥାଙ୍କ ଏହି ପରିବର୍ତ୍ତନ ପରେ ଏହାକୁ ନେଇ ଫ୍ୟାନ ମାନେ ବିଭିନ୍ନ କଳ୍ପନା ପ୍ରକାଶ କରିଛନ୍ତି । ସାମନ୍ଥା ଉଭୟ ଇନଷ୍ଟା ଓ ଟ୍ୱିଟ୍ଟରରେ ନାମ ପରିବର୍ତ୍ତନ କରି କେବଳ ଇଂରାଜୀ ଅକ୍ଷର ଏସ ରଖିଛନ୍ତି । ଏହାକୁ ନେଇ ଅକ୍କିନେନୀ ପରିବାର ସହିତ ସାମଙ୍କର ସମ୍ବନ୍ଧ ଠିକ ନଥିବା ନେଇ ଆଲୋଚନା ହେଉଛି । ତେବେ ଏହି ଘଟଣାକୁ ନେଇ ସାମନ୍ଥାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ନିକଟରେ ସାମନ୍ଥା ପୌରାଣିକ ଡ୍ରାମା ଫିଲ୍ମ ଶକୁନ୍ତଳମର ଶୁଟିଂ ଆରମ୍ଭ କରିଛନ୍ତି । ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଆର୍ହା ଓ ଦେବ ମୋହନ ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ସାମନ୍ଥା ରାଜକୁମାରୀ ଭରତା ଚରିତ୍ରରେ ନଜର ଆସିବେ ।

Get real time updates directly on you device, subscribe now.